ମାଗଣା ବଣ୍ଟନ ବ୍ୟବସ୍ଥାରୁ ମୁକ୍ତ ହେବାକୁ ଚାହୁଁଛନ୍ତି ଦେଶର ଅଧିକାଂଶ ଜନତା -ପ୍ରଧାନମନ୍ତ୍ରୀ ମୋଦୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ରେବଡି (ମାଗଣା ବଣ୍ଟନ) ସଂସ୍କୃତିକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ମୋଦି କହିଛନ୍ତି  ଦେଶର ଅଧିକାଂଶ ଜନତା ଏବେ ଚାହୁଁଛନ୍ତି ଦେଶ ରେବଡି ସଂସ୍କୃତିରୁ ମୁକ୍ତ ହେଉ । ମଧ୍ୟପ୍ରଦେଶର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୪.୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଘର ବାଣ୍ଟିବା ଅବସରରେ ପ୍ରଧାନମନ୍ତ୍ରୀ ଏପରି କହିଛନ୍ତି । ମୋଦି କହିଛନ୍ତି ଯେ, ସେ ଟିକସଦାତାଙ୍କ ଟ୍ୟାକ୍ସ ଟଙ୍କା ଗରିବ ଲୋକଙ୍କ କାମରେ ଲାଗୁଥିବାରୁ ସେ ଖୁସି ଅନୁଭବ କରୁଛନ୍ତି । ଏପରିକି ଗରିବକୁ ଘର ମିଳିଲେ ଟିକସଦାତାମାନେ ଖୁସି ହେବେ । ଏହା ନିଶ୍ଚୟ ସେ ଅନୁଭବ କରିବେ ଯେ ସେମାନଙ୍କ ଟଙ୍କା ଗରିବ ଲୋକଙ୍କ ପାଇଁ ଖର୍ଚ୍ଚ ହେଉଛି। ମୋଦି କହିଛନ୍ତି, “ଯେତେବେଳେ ଏହି ଘର ୪ ଲକ୍ଷ ଲୋକ ପାଉଛନ୍ତି ସେତେବେଳେ ପ୍ରତ୍ୟେକ କରଦାତା ଭାବିବେ ଯେ ମଧ୍ୟପ୍ରଦେଶର କିଛି ଗରିବ ଲୋକ ମଧ୍ୟ ତାଙ୍କ ବ୍ୟତୀତ ନୂଆ ଘର ଯୋଗୁଁ ଦୀପାବଳି ପାଳନ କରୁଛନ୍ତି । କିନ୍ତୁ ଯେତେବେଳେ ସେହି ସମାନ କରଦାତା ଦେଖନ୍ତି ଯେ ତାଙ୍କଠାରୁ ସଂଗୃହିତ ଅର୍ଥରୁ ମାଗଣା ରେବଡି  ବଣ୍ଟନ କରାଯାଉଛି, ସେତେବେଳେ ସେ ନିରାଶ ହୁଅନ୍ତି ।  ଅନେକ କରଦାତା ମୋତେ ଏଭଳି ଚିଠି ଲେଖିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଏପରିକି  ଦେଶର ଅଧିକାଂଶ ଲୋକ  ଦେଶକୁ ରେବଡି ସଂସ୍କୃତିରୁ  ମୁକ୍ତ କରିବାକୁ ଚାହୁଁଥିବାରୁ ସେ ଖୁସି ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଦେଶର ବିକାଶ ପାଇଁ ରେବଡି ସଂସ୍କୃତି ଅତ୍ୟନ୍ତ ବିପଜ୍ଜନକ। ପ୍ରଧାନମନ୍ତ୍ରୀ ଆହୁରି ଗୁରୁତ୍ୱାରୋପ କରିଛନ୍ତି ଯେ ହିତାଧିକାରୀଙ୍କୁ ଦିଆଯାଇଥିବା ନୂତନ ଗୃହ ଦାରିଦ୍ରକୁ ବଢ଼ିବାକୁ ଦେବନାହିଁ । ଏହି ଘର କେବଳ ରହିବା, ଖାଇବା ଏବଂ ଶୋଇବା ସ୍ଥାନ ନୁହେଁ, ବରଂ ଏହା ଏକ ଦୁର୍ଗ ଯାହା ଦାରିଦ୍ର୍ୟକୁ ପ୍ରବେଶ କରିବାକୁ ଦେବ ନାହିଁ  । ଏବଂ ଏହି ଘର ଦାରିଦ୍ର୍ୟ ମଧ୍ୟ ଦୂର କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.