ବିଧବା ଶିଲା ସତନାମୀଙ୍କୁ କେବେ ମିଳିବ ଆବାସ ଗୃହ?

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ବାସହୀନ ଓ ଝାଟିମାଟି ଘରେ ରହୁଥିବା ଲୋକଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦେଉଛନ୍ତି ସରକାର । ତେବେ ଆଜିବି ଅନେକ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଏହି ଯୋଜନା ଅପହଞ୍ଚ ହୋଇ ରହିଛି । ଆବାସ ଗୃହ ନପାଇ ଦୟନୀୟ ଭାବରେ କାଳାତିପାତ କରୁଛନ୍ତି କୋକସରା ବ୍ଲକ ଡଙ୍ଗରୀପଡାର ଜଣେ ମହିଳା । ସୂଚନା ଅନୁସାରେ କାଉଡୋଲା ସଦର ପଞ୍ଚାୟତ ଡଙ୍ଗରୀପଡାର ବିଧବା ମହିଳା ଶିଲା ସତନାମୀ (୪୦) ସ୍ବାମୀଙ୍କ ମୃତ୍ୟୁ ପରେ ନିଜ ପୁଅ ସହିତ ଦିର୍ଘ ବର୍ଷରୁ ଏକ ଭଙ୍ଗା ଦଦରା ଘରେ ପଲିଥିନ ଘୋଡ଼େଇ ବିପଦପୂର୍ଣ୍ଣ ଅବସ୍ଥାରେ ରହିଆସୁଛନ୍ତି । ଅତି ଗରିବ ଶ୍ରେଣୀର ହୋଇଥିବାରୁ ପକ୍କା ଘର ଖଣ୍ଡେ କରିବା ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ । ତେବେ ଅନେକ ସମୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ପାଇବା ପାଇଁ ପଞ୍ଚାୟତ ଠାରେ ଆରମ୍ଭ କରି ବ୍ଳକ ଅଫିସ୍ ପର୍ଯ୍ୟନ୍ତ ଦୈାଡି ଦୈାଡି ନିରାଶ ହେଲେଣି । ଏମିତି କି ଅନେକ ଥର ଜିଲ୍ଲାପାଳ ଓ ପଞ୍ଚାୟତ ସ୍ତରୀୟ ଜନ ସୁଣାଣୀ ଅଭିଯୋଗ ଶିବିର ରେ ଆବେଦନ କରିଥିଲେ ବି ଘର ଖଣ୍ଡେ ପାଇ ନାହାଁନ୍ତି । ଫଳରେ ଭାଗ୍ୟକୁ ଆଦରି ଅନେକ ବର୍ଷ ହେବ ପୁଅ ବିକାଶ ସତନାମୀ (୧୯) ଓ ବିଧବା ମହିଳା ଶିଲା ସତନାମୀ ପଲିଥିନ ଘୋଡ଼େଇ ଦଦରା ଘରେ ରହୁଛନ୍ତି । ତେବେ ରାତିରେ ସାପ, ବେଙ୍ଗ ଓ ଅନେକ ସରୀସୃପ ଘରେ ପସି ଆସୁଥିବାରୁ ଭୟରେ ରାତି କାଟୁଛନ୍ତି । ବର୍ଷା ସମୟରେ ଘରେ ପାଣି ପଶିଯିବାରୁ ପଡ଼ୋଶୀ ଘରେ ଆଶ୍ରୟ ନିଅନ୍ତି । ଘରର ଅବସ୍ଥା ବର୍ତ୍ତମାନ ବିପଦ ସଙ୍କୁଳ ଅବସ୍ଥାରେ ଥିବାବେଳେ ଛାତ ଉପରେ ଦେଇଥିବା ପଥର ଓ କାଠ ଫାଲିଆ କେତେ ବେଳେ ବି ଖସିପଡ଼ିବ କହି ହେବନି। ସବୁଠାରୁ ବଡ଼ ଦୁଃର୍ଭାଗ୍ୟ ର ବିଷୟ ବିଧବା ଶିଲା ଅନେକ ଥର ଆବାସ ଯୋଜନାରେ ଘର ଖଣ୍ଡେ ପାଇ ଆବେଦନ କରିଥିଲେ ସୁଦ୍ଧା ପ୍ରଶାସନର ଅବହେଳା କାରଣରୁ ହେଉ ଅବା ଜନ ପ୍ରତିନିଧିଙ୍କ ବୈମାତୃକ ମନୋଭାବ ଯୋଗୁଁ ହେଉ ଏସଇସିସି ତାଲିକାରେ ମଧ୍ୟ ତାଙ୍କ ନାଁ ନଥିବା ବ୍ଳକ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି । ଏଣେ ଅନେକ ଥିଲା ବାଲା ଲୋକ ଚଞ୍ଚକତା କରି ଆବାସ ଯୋଜନାରେ ଘର ହାତେଇ ଥିବାବେଳେ ଆବାସ ଯୋଜନାରେ ଯୋଗ୍ୟ ଥାଇ ମଧ୍ୟ ବିଧବା ଶିଲାଙ୍କୁ ଘର ଖଣ୍ଡେ ମିଲି ନାହିଁ । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଆବାସ ଯୋଜନାରେ ଘର ଖଣ୍ଡେ ଯୋଗେଇ ଦେବା ପାଇଁ ବିଧବା ଶିଲା କୋହଭରା ସ୍ବରରେ ଗୁହାରି କରିଛନ୍ତି । ଅନ୍ୟପଟେ ତାଙ୍କ ପଡୋଶୀ ଓ ଗ୍ରାମବାସୀ ମଧ୍ୟ ଶିଲାଙ୍କୁ ଆବାସ ଯୋଜନାରେ ଘର ଖଣ୍ଡେ ଦେବା ପାଇଁ ପ୍ରଶାସନ ନିବେଦନ କରିଛନ୍ତି । ଏନେଇ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉତ୍ତମ କୁମାର ବାଗଙ୍କ ମତାମତ ନେବାରୁ ଏସଇସିସି ତାଲିକାରେ ନାଁ ଅଛିକି ନାହିଁ ପ୍ରଥମେ ତଦନ୍ତ କରାଯିବ । ଯଦି ନାହିଁ ସଂଯୋଗ କରାଯିବ, ଏବଂ ଆବାସ ଯୋଜନାର ଘର ପାଇଁ ସେ ଯୋଗ୍ୟ ହୋଇଥିବେ ପରବର୍ତ୍ତୀ ସମୟରେ ସରକାରଙ୍କ ନିୟମ ଅନୁସାରେ ଘର ପାଇବେ ବୋଲି କହିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.