କଟକ ଜିଲ୍ଲାପାଳ ସମ୍ବର୍ଦ୍ଧିତ

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): ଉତ୍କଳ ସେବା ଧର୍ମ ସାହିତ୍ୟ ପରିଷଦ କଟକର ଜିଲ୍ଲାପାଳ ଭବାନୀ ଶଙ୍କର ଚାଇନିଁଙ୍କୁ ଓଡ଼ିଶା ସଂସ୍କୃତି ସମ୍ମାନ ପ୍ରଦାନ କରିଛନ୍ତି । ଶ୍ରୀଯୁକ୍ତ ଚଇନିଁ କଟକର ଜିଲ୍ଲାପାଳ ହିସାବରେ ଜଣେ ଉତ୍ତମ ପ୍ରଶାସକ ଭାବେ ପରିଚିତ । ଗୋ ପଦ ଜନ ଶୁଣାଣି ଏବଂ ପଞ୍ଚସଖା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଶାସନିକ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଚେଷ୍ଟା କରିଛନ୍ତି । ଚଣ୍ଡୀ ମନ୍ଦିର ଏବଂ ତାଳଦଣ୍ଡା କେନାଲ ନବୀକରଣ କାର୍ଯ୍ୟର ସଫଳ ରୂପାୟନ କରିବାରେ ଦକ୍ଷତା ପ୍ରତିପାଦନ କରିଛନ୍ତି । କରୋନା ପରିଚାଳନା କାର୍ଯ୍ୟକୁ ସଫଳତାର ସହିତ ପରିଚାଳନା କରି ପ୍ରଶାସନିକ ଦକ୍ଷତା ପ୍ରତିପାଦନ କରିଛନ୍ତି । କଟକ ସହରର ଭାଇଚାରା ପରମ୍ପରାର ଗୁରୁତ୍ୱକୁ ଉପଲବ୍ଧି କରି ସାଂସ୍କୃତିକ କାର୍ଯ୍ୟ ସମ୍ପାଦନ କରିଛନ୍ତି । ଉତ୍କଳ ସେବା ଧର୍ମ ପରିଷଦର ପ୍ରତିଷ୍ଠାତା ସମ୍ପାଦକ ଡ. ସଂଗ୍ରାମ କେଶରୀ ସାମନ୍ତରାୟ, ବିଶ୍ୱଜିତ୍ ସୂର୍ଯ୍ୟବଂଶୀ, ପଣ୍ଡିତ ନୀଳକଣ୍ଠ ରାଉତ, ତୋଫାନ ଜେନା, ବିରେନ୍ଦ୍ର କୁମାର ଜେନା , ଦୀପାୟନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.