ଚାରି ଦିନ ଧରି ଧୁମଧାମରେ ଅନୁଷ୍ଠିତ ହେଲା ରାଜ୍ୟ ସ୍ତରୀୟ କୁଶୁଲାପୁଂଜା ଡ଼ଙ୍ଗର ମହୋତ୍ସବ: ଲୋକନୃତ୍ୟ, ଲୋକ ସଙ୍ଗୀତରେ ଝୁମିଲେ ଦର୍ଶକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଳା ମ.ରାମପୁର ନିକଟସ୍ଥ କୁଶୁଲାପୁଂଜାଠାରେ ଗିରି ଗୋବର୍ଦ୍ଧନ ପୂଜା କମିଟୀ ଦ୍ୱାରା ଆୟୋଜିତ ରାଜ୍ୟ ସ୍ତରୀୟ କୁଶୁଲାପୁଂଜା ଡ଼ଙ୍ଗର ମହୋତ୍ସବ ଉଦଯାପିତ ହେଇଯାଇଛି । ୪ଦିନ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରଥମ ତଥା ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ଅନ୍ୟ ଦିନଗୁଡ଼ିକରେ ରାଜ୍ୟ ସଭା ସାଂସଦ ସୁଜିତ କୁମାର ଓ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ନର୍ଲା ବିଧାୟକ ଭୂପିନ୍ଦର ସିଂ ଯୋଗ ଦେଇଥିଲେ ।

ମୁଖ୍ୟ ବକ୍ତା ଭାବରେ କବି ପଦ୍ମଲୋଚନ ମିଶ୍ର, ମା ମାଣିକେଶ୍ଵରୀ କଲେଜ ଥୁଆମୂଳ ରାମପୁରର ଅଧ୍ୟକ୍ଷ ସତ୍ୟ ନାରାୟଣ
ମୁଣ୍ଡଛିନ୍ନା, କଶ୍ରୂପଡା ମହାବିଦ୍ୟାଳୟ ଓଡିଆ ଅଧ୍ୟାପକ ଡ଼ ଅଜିତ କୁମାର ବେହେରା ଏବଂ ସମ୍ମାନୀତ ଅତିଥିଭାବରେ ମ.ରାମପୁର ବ୍ଳକ ଅଧ୍ୟକ୍ଷା ମନ୍ଦାକିନୀ ସିଂହଦେଓ, ସମାଜସେବୀ ବିକାଶ ରଂଜନ ସିଂହଦେଓ, ସରପଂଚ ବୀଣାପାଣି ସିଂହଦେଓ, ସାମ୍ବାଦିକ କମ୍ବୁପାଣି ମିଶ୍ର, ଡ଼ ବିଜୟ କୁମାର ସାହୁ, ଦେବେନ୍ଦ୍ର କୁମାର ବିଶି, ଋତୁରାଜ ମାଝୀ, ଗୋବିନ୍ଦ ପ୍ରସାଦ ଶତପଥୀ, ମ.ରାମପୁର ଥାନାଧିକାରୀ ସଚିନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ପ୍ରତିିଦିନ ବିଭିନ୍ନ ବିଭାଗରେ କୃତୀତ୍ୱ ହାସଲ କରିଥିବା ଯୁବ ସାମ୍ବାଦିକ, ସମାଜସେବୀ, ଓଏଏସ୍‌, ଶିଳ୍ପଦ୍ୟୋଗୀ, ନାଟ୍ୟକାର, କଳାକାର, ସଂସ୍କୃତିବିତ ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବିଭିନ୍ନ ଅଂଚଳର ଶିଳ୍ପୀ, କଳାକାର ମାନଙ୍କ ନେଇ ବଜାଶାଲ, ଘୁମୁରା, ସାନବଡ଼ ଘୁଡ଼ୁକା, ସୁର ଝଙ୍କାର, ଟୁକେଲ ଦଣ୍ଡ, ରାମଲୀଳା ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରା ଯାଇଥିଲା । ମଂଚ ସଂଚାଳନ କରିଥିଲେ ସତ୍ୟ ନାରାୟଣ ସାହୁ, ବିରଂଚି ନାରାୟଣ ମୁଣ୍ଡ, ଚିିତ୍ତରଂଜନ ଦଳପତି ଓ ହେମନ୍ତ ସାହୁ । ସମସ୍ତ କାର୍ଯ୍ୟକ୍ରମକୁ କମିଟୀର ସଭାପତି ସାମ୍ବାଦିକ ଅନନ୍ତ କୁମାର ପାଲ, ଆବାହକ ଲକ୍ଷ୍ମଣ ସ୍ୱାଇଁ ଏବଂ ହରପ୍ରସାଦ ସେନାପତି ପରିଚାଳନା କରିଥିବାବେଳେ ସାମ୍ବାଦିକ ଉଦ୍ଧବ
ପଣ୍ଡାଙ୍କ ସମେତ କମିଟୀର ଅନ୍ୟମାନେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.