ମାନପୂରୀଆଣି ଦେବୀଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ଉପଲକ୍ଷେ ଘୁମୁରା ପ୍ରତିଯୋଗିତା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ତୁନଗାଁ ଠାରେ ମା’ ମାନପୁରିଆଣି ଦେବୀଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ପାଳିତ ହୋଇଯାଇଛି। ଏହି ଅବସରରେ ରାତିରେ ଘୁମୁରା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକଙ୍କ କୋକସରା ପ୍ରତିନିଧି ମାନସ ରଞ୍ଜନ ବାଗ, ସମ୍ମାନିତ ଅତିଥି ସଞ୍ଜୟ ସିଙ୍ଗଲ, ଗ୍ରାମ୍ୟ ଗୈାନ୍ତିଆ ଲକ୍ଷ୍ମଣ ନାଏକ, ଭୋଲାନାଥ ନାଏକ, ପୂର୍ବତନ ସରପଞ୍ଚ ବଲଭଦ୍ର ପଟେଲ, ଚନ୍ଦ୍ର ଶବର ପ୍ରମୁଖ ଯୋଗ ଦେଇଥିଲେ। ଏହି ପ୍ରତିଯୋଗିତାରେ ୭ ଗୋଟି ଘୁମୁରା ଦଳ ଅଂଶଗ୍ରହଣ କରିଥିଲେ। ଏଥିରେ ପ୍ରଥମ ପୁରସ୍କାର ଅଁତର୍ଲା ଘୁମୁରା ଦଳ ପାଇଥିବା ବେଳେ ଦିତୀୟ ରାବଣଗୁଡା ଦଳ ଓ ତୃତୀୟ ପୁରସ୍କାର ଡାଲଗୁମା ଘୁମୁରା ଦଳ ପାଇଥିଲେ। ମଞ୍ଚକୁ ମଣିରାମ ଶବର ପରିଚାଳନା କରିଥିଲେ। ଆୟୋଜକ କମିଟିର ସଭାପତି ଧବଳେଶ୍ଵର ଶବର, ସମ୍ପାଦକ ତ୍ରିଲୋଚନ ଶବର, କୋଷାଧ୍ୟକ୍ଷ ଯଦୁ ବେମାଲ, ସହ ସମ୍ପାଦକ କ୍ଷିରସିନ୍ଧୁ ନାଏକ, ପରିଚାଳକ ପ୍ରେମଲାଲ ଶବର, ଇଶ୍ଵର ପାଣିଗ୍ରାହୀ, ପରାସର ବେମାଲ, ସୁରେନ୍ଦ୍ର ଶବର, ବନମାଳୀ ପାଣିଗ୍ରାହୀ, ରୋଏନୁ ପାଣିଗ୍ରାହୀ, ତିଲୋରାମ ଶବର, ନିରନ ସାହୁ, ଲାଲ ବାହାଦୁର ସାହୁ, ଜଳନ୍ଧର ପାଣିଗ୍ରାହୀ, ମାଧବ ରଣା ପ୍ରମୁଖ ସହିତ ଗ୍ରାମବାସୀମାନେ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.