ବଡପୋଡାଗୁଡା ପଞ୍ଚାୟତ କୃଷକ ସଂଗଠନର ବୈଠକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡପୋଡାଗୁଡା ପଞ୍ଚାୟତ କୃଷକ ସଂଗଠନ ପକ୍ଷରୁ ତଲାଗାଁଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଡୁ ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ବୈଠକରେ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଚାଷୀମାନେ ଯୋଗଦେଇ ଥିଲେ। ଏହି ବୈଠକରେ ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା ଏବଂ ଚଳିତ ଖରିଫ ଧାନ ବିକ୍ରି କରିବା ନିମନ୍ତେ ତଲାଗାଁ ଗୋଉଚର ପଡ଼ିଆରେ ସ୍ଥିର ହୋଇଛି। ଏଥି ସହିତ ପ୍ୟାକ୍ସ ଧାନ ଉଠାଣ କରିବା ସମୟରେ ଚାଷୀମାନେ ସହଯୋଗ କରିବା ପାଇଁ ସଭାରେ ନିଷ୍ପତ୍ତି ହୋଇଛି। ବୈଠକରେ କୃଷକ ସଂଗଠନର ସଭାପତି ଟଙ୍କଧର ପୁଝାରୀ, ସମ୍ପାଦକ ହରିଶ୍ଚନ୍ଦ୍ର ନାଏକ, କୋଷାଧ୍ୟକ୍ଷ ଚୌଧରୀ ନାଏକ, ଚାଷୀ ଧର୍ମାନନ୍ଦ ନାଏକ, ମନୋଜ କୁମାର ଦାସ, ଦୟାନିଧି ଭାଟି, ବିମଲ ଦାସ, ଗୋବର୍ଦ୍ଧନ ପୁଝାରୀ, ବିରେନ୍ଦ୍ର ନାଏକ, ଶଙ୍କର ବାଗ, ଧନବଲ ମାଝି, ପରୀକ୍ଷିତ ବେଶ୍ରା, ଦୂର୍ଜନ ବାଗ, ରଘୁନାଥ ନାଏକ, ଗଜିନ୍ଦ୍ର ନାଗ, ଧର୍ମୁ ଦୁର୍ଗା ସମେତ ବଡପୋଡାଗୁଡା, ରଏନଗୁଡା, ତଲାଗାଁ, ସର୍ଗିଗୁଡା ଆଦି ଗ୍ରାମର ଚାଷୀମାନେ ଉପସ୍ଥିତ ରହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.