ନେହରୁ ଯୁବକେନ୍ଦ୍ରର ୫୦ତମ ପ୍ରତିଷ୍ଠା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଲୟ ଅଧିନସ୍ଥ ଶାଖା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ଜିଲ୍ଲା ଯୁବ ଅଧିକାରୀ  ପ୍ରସନ୍ନ ମେହେର ଓ ଲେଖାପାଳ ଦୂତିଆ ବନଛୋରଙ୍କ ନେତୃତ୍ୱରେ ଆଜି ଭବାନୀପାଟଣା ବ୍ଲକ ତିଳଯୋଡି ଠାରେ ନେହେରୁ ଯୁବକେନ୍ଦ୍ର ସଂଗଠନ ର ୫୦ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା କ୍ରୀଡା ଅଧିକାରୀ ରମେଶ କୁମାର ପାଢ଼ୀ, କର୍ତ୍ତବ୍ୟ ଅନୁଷ୍ଠାନର ମୁଖ୍ୟ ଅଶୋକ ପଟ୍ଟନାୟକ, ତିଳଯୋଡି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟନନ୍ଦ ହୋତା, ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେର, ଲେଖାପାଳ ଦୂତିଆ ବନଛୋର ଓ ଖେଳ ଶିକ୍ଷକ ଶ୍ରୀ ସୁବାସ ନାଗ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବିଭିନ୍ନ ପ୍ରକାର ଗ୍ରାମାଞ୍ଚଳ ରେ ଲୋପ ପାଇବାକୁ ଯାଉଥିବା ଖେଳର ପୁନ୍ନ ଉଦ୍ଧାର ପାଇଁ ବିଭିନ୍ନ ଖେଳକୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଅଞ୍ଚଳର ବିଭିନ୍ନ ଗାଁରୁ ଯୁବକ ଯୁବତୀମାନେ ଯୋଗାଯୋଗ ଦେଇ ଏହି ଖେଳ ରେ ଭାଗ ନେଇଥିଲେ । ଖେଳ ମଧ୍ୟରେ କବାଡି, ପୁଚି, ଝୁଟି ଭଳି ଖେଳ ଆୟୋଜନ ହୋଇଥିଲା । କବାଡି ପୁରୁଷ ବିଭାଗ ରେ ତିଳଯୋଡି ଓ ମହିଳା ବିଭାଗରେ କୁଟ୍ରୁଖମାର ବିଜେତା ହୋଇଥିଲେ । ସମସ୍ତ ବିଜେତା ମାନଙ୍କୁ ଅତିଥିମାନେ ସେର୍ଟିଫିକଟେ ଓ ଟ୍ରଫି ଦେଇ ପୁରସ୍କୃତ କରିଥିଲେ । ଆଜିର ଦିନରେ ଯୁବକ ମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ । ଆମେ ହିଁ ସମାଜକୁ ଆଗକୁ ନେବାରେ ସହାୟକ ହୋଇପାରିବ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ଶେଷରେ ସ୍ବେଛାସେବୀ ଯଶୋବନ୍ତ ରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବକେନ୍ଦ୍ରର ସ୍ବେଛାସେବୀ ଅଭିଷେକ ବେହେରା, ଯଶୋବନ୍ତ ରଣା, ଗୋକୁଳ ସାହୁ, ଡୋଳେଶ୍ୱର ମାଝୀ, ଉଷା ଭାରତୀ ମାଝୀ, ମିନିକେତନ ବାଗ, ମିଳନ ଭୋଇ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.