କଳାହାଣ୍ଡିରେ ଅସୁରକ୍ଷିତ ମାତୃତ୍ଵ: ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଚିକିତ୍ସା ଅଭାବରୁ ଘରେ ମୃତ ଶିଶୁ ଜନ୍ମ ଦେଇ ପ୍ରସୂତି ମହିଳା ଗୁରୁତର

୬ କିମି ନଦୀନାଳ ଡେଇଁ ପାଦଚଲା ରାସ୍ତାରେ ବୁହାହୋଇ ସଂକଟାପନ୍ନ ଅବସ୍ଥାରେ ଆମ୍ବୁଲାନ୍ସ ପାଖରେ ପହଞ୍ଚିଲେ ଜନନୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରବିନ୍ଦ୍ର ମିଶ୍ର): ସୁରକ୍ଷିତ ମାତୃତ୍ଵ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଯୋଜନା ଉପରେ ଯୋଜନା ପ୍ରଣୟନ କରି ଚାଲିଛନ୍ତି। ଏଥିପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ଚାଲିଛି। କିନ୍ତୁ ଆଜି ମଧ୍ୟ କଳାହାଣ୍ଡି ଜିଲ୍ଲାର ଅନେକ ଉପାନ୍ତ ଅଞ୍ଚଳରେ ଜନନୀ ଯନ୍ତ୍ରଣା ସରକାରଙ୍କ ଏହି ଯୋଜନା ସମୁହକୁ ଉପହାସ କରୁଛି। ମୁଖ୍ୟତଃ ଗମନାଗମନ ବ୍ୟବସ୍ଥା ସରକାରୀ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚିବା ପାଇଁ ଅନ୍ତରାୟ ସୃଷ୍ଟି କରୁଛି। ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକର ସିଲେଟ ପଞ୍ଚାୟତ ଅଞ୍ଚଳରେ।

Omkar Vasthu
Omkar Vasthu

ପ୍ରାପ୍ତ ସୂଚନା ଅନୁଯାୟୀ, ଥୁଆମୁଳ ରାମପୁର ବ୍ଲକ ସିଲେଟ ପଞ୍ଚାୟତ ଅଧିନସ୍ଥ ଦାଣ୍ଡପଦର ଗ୍ରାମର ଜୀବନଦେଈ ମାଝୀ ବୁଧବାର ରାତିରେ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେବାପାଇଁ ଆମ୍ବୁଲାନ୍ସ ସେବା ପାଇଁ ଯୋଗାଯୋଗ କରିଥିଲେ, କିନ୍ତୁ ପହଞ୍ଚି ନଥିଲା ଆମ୍ବୁଲାନ୍ସ। ଶେଷରେ ଉତ୍ତମ ଚିକିତ୍ସା ଅଭାବରୁ ଜୀବନଦେଈ ଏକ ମୃତ ଶିଶୁକୁ ଜନ୍ମ ଦେଇଥିଲେ। ଏହା ପରେ ପ୍ରସୂତି ମହିଳାଙ୍କ ଅବସ୍ଥା ଅତି ଗୁରୁତର ହେଇ ପଡ଼ିଥିଲା। ପରିବାର ବର୍ଗ ଜୀବନଦେଈଙ୍କ ଜୀବନ ବଞ୍ଚାଇବାକୁ ପୁଣି ଆମ୍ବୁଲାନ୍ସ ସେବା ପାଇଁ ଯୋଗାଯୋଗ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ଗୁରୁବାର ଦିନ ରାୟଗଡା ଜିଲ୍ଲା କାଶିପୁର ଠାରୁ ଏକ ଆମ୍ବୁଲାନ୍ସ ଆସିଥିଲେ ମଧ୍ୟ ଦାଣ୍ଡପଦର ଗ୍ରାମକୁ ରାସ୍ତା ଏବଂ ପୋଲ ନଥିବାରୁ ୬ କିଲୋମିଟର ଦୂରରେ ଅଟକି ରହିଥିଲା। ଶେଷରେ ଆମ୍ବୁଲାନ୍ସ ଚାଳକ ଏକ ଷ୍ଟ୍ରେଚର ନେଇ ଦାଣ୍ଡପଦର ଠାରେ ପହଞ୍ଚିଥିଲେ। ପରିବାର ଲୋକଙ୍କ ସହଯୋଗରେ ଦୀର୍ଘ ୬ କିଲୋମିଟର ପାଦ ଚଲା ରାସ୍ତାରେ ନଦୀ ନାଳ ଡେଇଁ ସଙ୍କଟାପନ୍ନ ଅବସ୍ଥାରେ ଥିବା ପ୍ରସୂତି ମହିଳାଙ୍କୁ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପହଞ୍ଚାଯାଇଥିଲା। ଏହାପରେ ପ୍ରଥମେ କାଶିପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରବର୍ତ୍ତୀ ସମୟରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ବର୍ତମାନ ମଧ୍ୟ ଜୀବନଦେଇଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡିଛି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.