ଏବିଭିପି କ୍ରିକେଟ ଟୁର୍ଣ୍ଣାମେଣ୍ଟ: ମାଉଣ୍ଟେନ କିଡ୍ସ ଚମ୍ପିଅନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସ୍ୱାଧିନତା ସଂଗ୍ରାମୀ ବିର୍ସାମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ଅବସରରେ ତଥା ଜନଜାତି ଗୌରବ ଦିବସ ପାଳନ ଅବସରରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ସାନ୍ଦୁଲ ପଡିଆ ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ନର୍ଲା ନଗର ତରଫରୁ ଏକ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଏହାର ଉଦ୍ଘାଟନୀ ଉତ୍ସବରେ କଳାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି ପ୍ରଦୀପ କୁମାର ନାଏକ ଯୋଗଦାନ କରି ଟୁର୍ଣ୍ଣାମେଣ୍ଟ ଟିକୁ ଉଦ୍ଘାଟନ କରିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବରେ ନର୍ଲା ପିଏନ୍ଏସ୍ ପ୍ରତିନିଧି ଲିଙ୍ଗରାଜ ମିଶ୍ର ଯୋଗଦାନ କରି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଜନଜାତି ଗୌରବ ଦିବସ ଅବସରରେ ଏବିଭିପି ତରଫରୁ ଆୟୋଜିତ ଏହି ବ୍ଲକ୍ ସ୍ତରୀୟ ଇଣ୍ଟର କଲେଜ କ୍ରୀକେଟ ଟୁର୍ଣ୍ଣାମେଣ୍ଟରେ ନର୍ଲା ପଞ୍ଚାୟତ ସମିତି ଜୁନିୟର କଲେଜର ପ୍ରଥମ ବର୍ଷ ଓ ଦ୍ୱିତୀୟ ବର୍ଷ ଛାତ୍ରଙ୍କ ଦୁଇ ଗୋଟି କ୍ରୀକେଟ ଟିମ୍, ନର୍ଲା ଡିଗ୍ରୀ କଲେଜ ର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବର୍ଷ ର ଛାତ୍ରଙ୍କୁ ନେଇ ଗଠିତ ତିନି ଗୋଟି କ୍ରୀକେଟ ଟିମ୍, ମାଉଣ୍ଟେନ କିଡ୍ସ ଉଚ୍ଚ ବିଦ୍ୟାଳୟ କ୍ରୀକେଟ ଟିମ୍, ଲାଞ୍ଜିଗଡରୋଡ ଓ ତୁଳାପଡା ଏଭଳି ଆଠ ଗୋଟି କ୍ରୀକେଟ ଟିମ୍ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରଥିଲେ । ମାଉଣ୍ଟେନ କିଡ୍ସ ଓ ନର୍ଲା ଜୁନିୟର କଲେଜ ପ୍ରଥମ ବର୍ଷ ଟିମ୍ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ୬ ଓଭର ବିଷିଷ୍ଟ ଏହି ଟୁର୍ଣ୍ଣାମେଣ୍ଟ କୁ ଅମ୍ପାୟର ଭାବରେ ବବି ହରିଜନ ଓ ମନୋଜ ପାତ୍ର ମ୍ୟାଚ୍ ପରିଚାଳନା କରୁଥିବା ବେଳେ ସ୍କୋରବୋର୍ଡ ଦାଇତ୍ୱରେ ମୋହିତ ସାହୁ ଓ ପୂର୍ଣ୍ଣଚନ୍ଦ୍ର କରୁଆଁ ରହିଥିଲେ । ଏବିଭିପିର କଳାହାଣ୍ଡି ବିଭାଗ ସଂଯୋଜକ ନୃପମଣି ବାହୁକ, ନଗର ସମ୍ପାଦକ ରାହୁଲ ପଧାନ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ । ଏବିଭିପି ର କ୍ରୀଡା ପ୍ରମୁଖ ଜୀବନ ଛତ୍ରୀଆ, ୟୁନିଟ ସଭାପତି ରତ୍ନାକର ନାଏକ ଓ ଏବିଭିପିର ସଦସ୍ୟ ବୃନ୍ଦ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ । ୧୫/୧୧ ପ୍ରଥମ ଦିନ ଖେଳ ସରିବା ବେଲକୁ ରାତି ହୋଇଯିବାରୁ ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ୍ ମାଉଣ୍ଟେନ କିଡ୍ସ ଓ ଲାଞ୍ଜିଗଡରୋଡ ହାୟର ସେକେଣ୍ଡାରୀ ସ୍କୁଲ ମଧ୍ୟରେ ଗୁରୁବାର ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଫାଇନାଲ ମ୍ୟାଚ୍ ସେମିଫାଇନାଲ ବିଜୟୀ ମାଉଣ୍ଟେନ କିଡ୍ସ ଓ ତୁଳାପଡା ଜୁନିୟର କଲେଜ ମଧ୍ୟରେ ୧୦ ଓଭର ବିଶିଷ୍ଟ ଖେଳ ଅନୁଷ୍ଠିତ ହୋଇଥିଲା । ମାଉଣ୍ଟେନ କିଡ୍ସ କଲେଜ ପ୍ରଥମେ ଟସ୍ ଜିଣି ବ୍ୟାଟିଂ ନିଷ୍ପତି ନେଇ ୮ ଓଭରରେ ୫୮ ରନ ସଂଗ୍ରହ କରିଥିବା ବେଳେ ଜବାବ୍ ରେ ବିପକ୍ଷ ତୁଳାପଡା ଏକାଦଶ ନିର୍ଦ୍ଧାରିତ ଓଭରରେ ୪୬ ରନ ସଂଗ୍ରହ କରିପାରିଥିଲେ । ଏହାର ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଏବିଭିପିର ନୂତନ ନଗର ସଭାପତି ସମୀର ମହାପାତ୍ର ଓ ସମ୍ମାନୀତ ଅତିଥି ଭାବରେ ନର୍ଲା ଡିଗ୍ରୀ କଲେଜର ଇଂରାଜୀ ଅଧ୍ୟାପିକା ବାସନ୍ତୀ ସାହୁ ଯୋଗଦାନ କରି ବିଜୟି ମାଉଣ୍ଟେନ କିଡ୍ସ ଏକାଦଶକୁ ବିଜୟ ଟ୍ରଫି ଓ ଉପ ବିଜେତା ତୁଳାପଡା ଏକାଦଶକୁ ରନର୍ସ ଅଫ୍ ଟ୍ରଫି ପ୍ରଦାନ କରିଥିଲେ । ଫାଇନାଲ ମ୍ୟାଚ୍ କୁ ଅମ୍ପାୟର ଭାବରେ ଦୁର୍ବ ବାଗ ଓ ବବି ହରିଜନ ପରିଚାଳନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.