ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ସଚେତନତା ରଥ ପରିଭ୍ରମଣ

ରୁପ୍ରାରେ ଗ୍ରାମ ପରିକ୍ରମା ସହ ରଥକୁ ବିପୁଳ ସଂଖ୍ୟାରେ ଭବ୍ୟ ସ୍ଵାଗତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): ଆସନ୍ତା ମାସ ଡିସେମ୍ବର ୪ ତାରିଖରେ ରୁପ୍ରା ଗ୍ରାମରେ ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଶତବାର୍ଷିକୀ ଉତ୍ସବ ପାଳନ ସହିତ ନୂତନ ଭାବେ ନିର୍ମାଣ ହୋଇଥିବା ସମାଜର ଇଷ୍ଟଦେବୀ ମା ଶ୍ରୀ ଶ୍ରୀ ଚଣ୍ଡୀ ସମଲାଇଙ୍କ ମନ୍ଦିର ପ୍ରତିଷ୍ଠା ହେବ । ଏହି ଅବସରରେ ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ସଚେତନତା ରଥ ପରିକ୍ରମା ଗତ ୯ ତାରିଖରୁ କେସିଙ୍ଗା ବ୍ଲକ ବଗାଡ ଗ୍ରାମରୁ ବାହାରି ଆଜି ନର୍ଲା ବ୍ଲକ ରୁପ୍ରା ମଣ୍ଡଳରଗାଁ ମାନଙ୍କରେ ପରିଭ୍ରମଣ ହୋଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରୁପ୍ରା ମଣ୍ଡଳ ଗାଁ ଗୁଡ଼ିକ ପରିଭ୍ରମଣ କରିବା ପୂର୍ବରୁ ପ୍ରଥମେ ଭାଲୁକଟା ଗ୍ରାମରେ ନର୍ଲା ବ୍ଲକ ସଭାପତି ରବିନ୍ଦ୍ରନାଥ ସାହୁ ନେତୃତ୍ବରେ ରଥକୁ ଭବ୍ୟ ସ୍ବାଗତ କରାଯାଇଥିଲା ଏବଂ ଉପସ୍ଥିତ ଥିବା ଅତିଥି ମାନଙ୍କୁ ଗାମୁଛା ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

Udyog Nursery
Udyogi Nursery

ଏଥିରେ କଳାହାଣ୍ଡି ଜିଲ୍ଲା ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଜିଲ୍ଲା ସଭାପତି ନୀଳମଣି ସାହୁ, ସଂପାଦକ ନବୀନ କିଶୋର ସାହୁ, ଉପ ସଭାପତି ଭରତ ସାହୁ, ଅକୃର ସାହୁ, କୈାଦଣ୍ଡ ସାହୁ, ବେହେରା ଜିତେନ୍ଦ୍ର ସାହୁ, କର୍ଲାମୁଣ୍ଡା ବ୍ଲକ ସଭାପତି ଲକ୍ଷ୍ମୀ ସାହୁ, କେସିଙ୍ଗା ବ୍ଲକ ସଭାପତି ଚକ୍ରଧର ସାହୁ, ସୁଲପଣି ସାହୁ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଗଜିନ୍ଦ୍ର ସାହୁ, ବଗାଡ ମଣ୍ଡଳ ସଭାପତି ଯୁବରାଜ ସାହୁ, ବାଲସି ମଣ୍ଡଳ ସଂପାଦକ ଅଶ୍ବିନୀ ସାହୁ, କାର୍ଜି ବିରଞ୍ଚି ସାହୁଙ୍କ ସମେତ ରୁପ୍ରା ମଣ୍ଡଳର ସଭାପତି ହୃଷିକେଶ ସାହୁ, ସଂପାଦକ ଗୁରୁଦେବ ସାହୁ ପ୍ରମୁଖଙ୍କ ସମେତ ରୁପ୍ରା ଗ୍ରାମର ୩୧ ଜଣିଆ କମିଟି ସଭାପତି ଶ୍ୟାମସୁନ୍ଦର ସେନାପତି, ସଂପାଦକ ଗୈ।ରଚନ୍ଦ୍ର ଭୋଇ, ରୁପ୍ରା ପଞ୍ଚାୟତ ସରପଞ୍ଚ ଡଲି ବେହେରା, ଜିଲ୍ଲା ପରିଷଦ ସଭ୍ୟ ନମ୍ରତା ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।


ଭାଲୁକଟା ଗ୍ରାମରୁ ରଥ ବାହାରି ରୁପ୍ରା ଗ୍ରାମରେ ନବ ନିର୍ମିତ ଚଣ୍ଡୀ ସମଲାଇଙ୍କ ମନ୍ଦିରକୁ ରଥ ପହଞ୍ଚିବା ପରେ ରୁପ୍ରା ଗ୍ରାମ୍ୟ କମିଟି ପକ୍ଷରୁ କଳସ ସ୍ଥାପନ କରି ମହିଳା ମାନେ ରଥଟିକୁ ବନ୍ଦାପନା କରି ସ୍ବାଗତ କରିଥିଲେ ଏବଂ ରଥ ସାଙ୍ଗରେ ବୁଲୁଥିବା ଅତିଥି ମାନଙ୍କୁ ଫୁଲ ଚନ୍ଦନ ସହ ଗାମୁଛା ଦେଇ ସ୍ବାଗତ ଜଣାଇଥିଲେ । ପରେ ଏକ ବିରାଟ ଶୋଭାଯାତ୍ରାରେ ରଥକୁ ରୁପ୍ରା ଗାଁ ପରିକ୍ରମା କରାଯାଇଥିଲା । ରଥ ପରିକ୍ରମା ବେଳେ ଗାଁର ସମସ୍ତ ବର୍ଗର ଲୋକେ ଉତ୍ସାହ ସହିତ କଳସ ସ୍ଥାପନ କରି ବନ୍ଦାପନା କରି ସ୍ବାଗତ କରିଥିଲେ । ରୁପ୍ରା ଗାଁ ପରିଭ୍ରମଣ ସରିବା ପରେ ମୁସ୍କୁଟି ଓ ସାଲିଙ୍ଗ ଗାଁକୁ ରଥ ଯାଇଥିଲା । ମୁସ୍କୁଟି ଗ୍ରାମରେ ଗୁରୁଦେବ ସାହୁଙ୍କ ଘରେ ମଧ୍ୟାହ୍ନ ଭୋଜନ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.