ଚଣ୍ଡୀ ସମଲାଇଙ୍କ ମନ୍ଦିର ପ୍ରତିଷ୍ଠା ଓ ଶତ ବାର୍ଷିକ ଉତ୍ସବ ପାଳନ ନେଇ ପ୍ରସ୍ତୁତି ବୈଠକ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କଳାହାଣ୍ଡି ଜିଲ୍ଲା ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଶତବାର୍ଷିକୀ ଉତ୍ସବ ପାଳନ ସହିତ ରୁପ୍ରା ଗ୍ରାମରେ ନିର୍ମିତ ହୋଇଥିବା ସମାଜର ଇଷ୍ଟଦେବୀ ମା ଶ୍ରୀ ଶ୍ରୀ ଚଣ୍ଡୀ ସମଲାଇଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଆସନ୍ତା ମାସ ଡିସେମ୍ବର ୪ ତାରିଖରେ ଅନୁଷ୍ଠିତ ହେବ । ଏନେଇ ଆୟୋଜକଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଚାଲିଛି । ଏହି ପରିପ୍ରେକ୍ଷୀରେ ରୁପ୍ରା ଗ୍ରାମର ସାପ୍ତାହିକ ବଜାର ପଡ଼ିଆରେ ଶନିବାର ଦିନ ଏକ ଚୁଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ସଭାପତି ନୀଳମଣି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂପାଦକ ନବୀନ କିଶୋର ସାହୁ ଯୋଗଦେଇ ଆଜିର ବୈଠକର ଉଦ୍ଦେଶ୍ୟ ଉପରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କମିଟି ଉପ ସଭାପତି ଭରତ ସାହୁ, ନନ୍ଦକିଶୋର ସାହୁ, ଅକୃର ସାହୁ, ଉଜଲ ସାହୁ,ଟିକୁନୁ ସାହୁ,ହେମକିଶୋର ସାହୁ, ବେହେରା ଜିତେନ୍ଦ୍ର ସାହୁ, ଦୁର୍ଗାପ୍ରସାଦ ସାହୁ, ଆଇନ ପରାମର୍ଶଦାତା ସତ୍ୟ ନାରାୟଣ ସାହୁ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଗଜିନ୍ଦ୍ର ସାହୁ, ନର୍ଲା ବ୍ଲକ ସଭାପତି ରବିନ୍ଦ୍ରନାଥ ସାହୁ, ମ.ରାମପୁର ବ୍ଲକ ସଭାପତି ରୋମାଞ୍ଚ ସାହୁ, କର୍ଲାମୁଣ୍ଡା ବ୍ଲକ ସଭାପତି ଲକ୍ଷ୍ମୀ ପ୍ରସାଦ ସାହୁ, କେସିଙ୍ଗା ବ୍ଲକ ସଭାପତି ଚକ୍ରଧର ସାହୁ, ସୁଲପଣି ସାହୁ, ବଗାଡ ମଣ୍ଡଳ ସଭାପତି ଯୁବରାଜ ସାହୁ,କାର୍ଜି ବିରଞ୍ଚି ସାହୁ ପ୍ରମୁଖ ଉପସ୍ଥିତ ରହି ଶତବାର୍ଷିକୀ ଉତ୍ସବର କାର୍ଯ୍ୟକ୍ରମର ବିଭିନ୍ନ ପ୍ରସ୍ତାବ ଉପରେ ମତାମତ ଦେଇଥିଲେ । ସମାଜର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଶତ ବାର୍ଷିକ ଉତ୍ସବ ପାଳନ କରାଯାଉଥିବାରୁ ମହା ଆଡ଼ମ୍ବରରେ ଆୟୋଜନ ହେବ । ସେଥିପାଇଁ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ବ୍ୟକ୍ତି ବିଶେଷଙ୍କ ସହିତ ସାମ୍ବାଦିକ ଓ ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ରେ କୃତି ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ୱର୍ଦ୍ଧନା କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସମସ୍ତଙ୍କ ମତାମତ ନେଇ ଶତ ବାର୍ଷିକ ଉତ୍ସବର କାର୍ଯ୍ୟକ୍ରମ କିପରି ସଫଳ ହୋଇପାରିବ ସେ ନେଇ ଆଲୋଚନା କରି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ରୁପ୍ରା ଗ୍ରାମ୍ୟ କମିଟି ଆବାହକତ୍ବରେ ଅନୁଷ୍ଠିତ ଆଜିର ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରୁପ୍ରା ମଣ୍ଡଳ ସଭାପତି ହୃଷିକେଶ ସାହୁ, ସଂପାଦକ ଗୁରୁଦେବ ସାହୁ, ରୁପ୍ରା ଗାଁ କମିଟି ସଭାପତି ବନମାଳୀ ସାହୁ, ସଂପାଦକ ପଞ୍ଚାନନ ସାହୁଙ୍କ ସମେତ ମନ୍ଦିର ପ୍ରତିଷ୍ଠା କମିଟିର ସଭ୍ୟ ସଞ୍ଜୟ ସାହୁ, କେଶବ ସାହୁ, ଧ୍ରୁବଚରଣ ସାହୁ, ଦୁର୍ଯୋଧନ ସାହୁ, ଶୁର୍କ୍ରୁ ସାହୁ, ଚୈତନ୍ୟ ସାହୁ, ବାଲସି ମଣ୍ଡଳ ସଂପାଦକ ଅଶ୍ବିନୀ ସାହୁ, ଫକୀର ସାହୁ, କିଶନ ସାହୁ, ଟୁକୁ ସାହୁ ପ୍ରମୁଖଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.