ସ୍ବେଛାସେବୀଙ୍କ ଉଦ୍ୟମରେ ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ଗୁପ୍ତେଶ୍ୱର ମାଝୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ ଗଣ୍ଡବାରାଝୋଲା ଗାଁର ଭଗବାନ ମାଝୀ ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ନିଜେ ସ୍ୱାବଲମ୍ଭି ହୋଇ ନିଜର ସ୍ତ୍ରୀ ଉଲ୍ଲାସ ମାଝୀ ଓ ଦୁଇପୁଅଙ୍କ ସହ ବେଶ ହସ ଖୁସିରେ ପରିବାର ରହୁଥିଲେ । ସେ ନିଜେ ନିଜ ଚାଷ ଜମିରେ ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ଗତ ୨୦୨୦ରେ ପ୍ରବଳ ଜ୍ୱର ହୋଇ ତାଙ୍କର ଦେହାନ୍ତ ହୋଇଥିଲା । ତଥାପି ତାଙ୍କର ସ୍ତ୍ରୀ ଦୁଇ ଛୁଆଙ୍କୁ ବେଶ ଖୁସିରେ ରଖିବାକୁ ଚେଷ୍ଟା କରୁଥିଲା ବେଳେ ଆର୍ଥିକ ଅସୁବିଧା ତାଙ୍କର ମୁଖ୍ୟ ସମସ୍ୟା ଥିଲା । ଏହି ସମସ୍ୟା ବିଷୟରେ ସ୍ଥାନୀୟ ଆଶା ପୁଷ୍ପାଞ୍ଜଳି ମାଝୀ ସ୍ବେଛାସେବୀ ଯଶୋବନ୍ତ ରଣାଙ୍କୁ ଜଣେଇଥିଲେ । ସମସ୍ୟା ବିଷୟରେ ଜାଣିବା ପରେ ସ୍ବେଛାସେବୀ ଯଶୋବନ୍ତ ରଣା ସେମାନଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ସମିତିଙ୍କ ପାଖରେ ଉପସ୍ଥିତ କରି ସରକାର ଆଶୀର୍ବାଦ ଯୋଜନାରେ ସାମିଲ କରେଇଥିଲେ । ସରକାରଙ୍କ ନିୟମ ଅନୁସାରେ ଗୁପ୍ତେଶ୍ୱରଙ୍କୁ ମାସିକ ପନ୍ଦର ସହଙ୍କ ମିଳିବ । ଏହି ସବୁ ସୁବିଧା ପାଇବା ଜାଣି ଉଲ୍ଲାସ ମାଝୀ ସ୍ବେଛାସେବୀ ଯଶୋବନ୍ତ ରଣା, ଆଶା ପୁଷ୍ପାଞ୍ଜଳି ମାଝୀଙ୍କୁ ଧନ୍ୟବାଦ ଜଣେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.