ନାଗପୁର ଅପୂର୍ବ ବିଜ୍ଞାନ ମେଳାରେ ଜୟଦୁର୍ଗା ହାଇସ୍କୁଲ ନର୍ଲାରୋଡର ବିଜ୍ଞାନ ଶିକ୍ଷକ ସନ୍ତୋଷ କର ସମ୍ବର୍ଦ୍ଧିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ନାଗପୁର କର୍ପୋରେସନ ଓ ଏସୋସିଏସନ ଫର ରିସର୍ଚ୍ଚ ଏଣ୍ଡ ଟ୍ରେନିଂ ଇନ ବେସିକ ସାଇନ୍ସ ଏଜୁକେସନର ମିଳିତ ସହଯୋଗରେ ପାଳିତ ହେଇ ଯାଇଛି ଅପୂର୍ବ ବିଜ୍ଞାନ ମେଳା। ନାଗପୁର ଠାରେ ଅନୁଷ୍ଠିତ ମେଳାର ରୌପ୍ୟ ଜୟନ୍ତୀ ସମାରୋହ ଉପଲକ୍ଷେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜ୍ଞାନର ପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଭାରତର ବିଭିନ୍ନ ପ୍ରାନ୍ତର ୫୦ ଜଣ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଜୟଦୁର୍ଗା ହାଇସ୍କୁଲ ନର୍ଲାରୋଡ଼ର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କରଙ୍କୁ ସମ୍ବର୍ଦ୍ଧିତ କରା ଯାଇଛି। ଜଣେ ନିୟମିତ ବିଜ୍ଞାନର ଜଟିଳ ବିଷୟକୁ ସ୍ୱଳ୍ପ ମୂଲ୍ୟ ବା ବିନା ମୂଲ୍ୟର ଉପକରଣ ତିଆରି କରି ପିଲାଙ୍କୁ ବୁଝାଇବା, ବିଜ୍ଞାନ ଲେଖା, ବିଜ୍ଞାନ ସମ୍ପର୍କିତ ଦୃଶ୍ୟ ଶ୍ରାବ୍ୟ ସାମଗ୍ରୀ ପ୍ରସ୍ତୁତି ତଥା ସମାଜରେ ବୈଜ୍ଞାନିକ ଦୃଷ୍ଟିକୋଣର ପ୍ରଚାର ପ୍ରସାର କରି ଆସୁଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସମ୍ବର୍ଦ୍ଧନା ସଭାର ମୁଖ୍ୟ ଅତିଥି ଭାବେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀ ଯୋଗ ଦେଇ ବିଜ୍ଞାନର ସରଳ ପରୀକ୍ଷଣ ବୈଜ୍ଞାନିକ ଦୃଷ୍ଟକୋଣ ବିକାଶ କରିବାରେ ମୂଖ୍ୟ ଭୂମିକା ରହିଛି ବୋଲି ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ବିଜ୍ଞାନ ପ୍ରସାରର ନିର୍ଦ୍ଦେଶକ ଡ଼. ନକୁଳ ପରାସର, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର କୁଳାଧିପତି ଡ଼. ଅମିତ ବାନାର୍ଜୀ, ଏସୋସିଏସନ ଫର ରିସର୍ଚ୍ଚ ଏଣ୍ଡ ଟ୍ରେନିଂ ଇନ ବେସିକ ଏଜୁକେସନର ସଂସ୍ଥାପକ ସୁରେଶ ଅଗ୍ରୱାଲ ଓ ମାର୍ଗ ଦର୍ଶକ ବ୍ରହ୍ମାନନ୍ଦ ସ୍ବାଇଁ ପମୁଖ ଉପସ୍ଥିତ ରହି ବିଜ୍ଞାନ ଶିକ୍ଷାର ପ୍ରୟୋଗାତ୍ମକ ଦିଗ ପ୍ରତି ଦୃଷ୍ଟି ଦେବାକୁ ଆହ୍ୱାନ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.