ତୁମୁରାଠାରୁ ଦାଦନ ଯାଉଥିବା ଶ୍ରମିକଙ୍କୁ ଉଦ୍ଧାର କରି ଘରକୁ ପଠାଇଲେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି/ କୋକସରା (ସୁଶାନ୍ତ କୁମାର ଦଳେଇ/ ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ମହିମା ପଞ୍ଚାୟତ ଘଣ୍ଟିଗୁଡା ଗ୍ରାମର ୩୦ରୁ ଉର୍ଦ୍ଧ୍ବ ଦାଦନ ଶ୍ରମିକ ଖଟିବାକୁ ନୂଆପଡା ଜିଲ୍ଲା ହାତିବନ୍ଧା ଅଞ୍ଚଳର ଜଣେ ଦାଦନ ସର୍ଦ୍ଧାର ହାଇଦ୍ରାବାଦର ଇଟାଭାଟିକୁ ଦାଦନ ଖଟିବାକୁ ଶନିବାର ରାତିରେ ନେଇ ନିଜ ଘରେ ରଖିଥଲେ, ଶ୍ରମିକ ମାନେ କହିବା ଅନୁସାରେ ପ୍ରତ୍ୟେକ ଶ୍ରମିକ ମାନଙ୍କ ପିଛା ୩୫ ହଜାର ମୋ ସହିତ ହାଇଦ୍ରାବାଦକୁ କାମ କରି ଯିବ ବୋଲି ପ୍ରଲୋଭନ ଦେଖାଇ ନେଇ ଯାଇଥିଲା, ହେଲେ ନିଜ ଘରେ ଶ୍ରମିକ ମାନଙ୍କୁ ନେଇ ମାନସିକ ଶାରୀରିକ ନିର୍ଯ୍ୟାତନ ଦେଇ ପ୍ରତିଶ୍ରୁତି ଦେଇଥିବା ୩୫ ହଜାର ନ ଦେବାରୁ ଶ୍ରମିକ ମାନେ ଲୁଚିକି ଗୋଳାମୁଣ୍ଡା ବ୍ଲକ ତୁମୁରା ପଟେ ପଲେଇ ଆସି ତୁମୁରା ସ୍ଥିତ ଧାନ ମଣ୍ଡି ନିକଟରେ ଲୁଚି ରହିଥିଲେ । ଏନେଇ କୌଣସି ସୂତ୍ରରୁ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ନିକଟରେ ଖବର ପହଞ୍ଚିବା ପରେ ରବିବାର ରାତ୍ର ସମୟରେ ନିଜେ ଘଟଣାସ୍ଥଳରେ ପହଞ୍ଚି ଶ୍ରମିକଙ୍କ ସହ କଥା ହେବାପରେ ସମସ୍ତ ଘଟଣା ସମ୍ପର୍କରେ ଜାଣିବା ପରେ ଧର୍ମଗଡ ଉପ ଜିଲ୍ଲାପାଳ ବେଦ ଭୂଷଣ, ଗୋଲାମୁଣ୍ଡା ଥାନା ଅଧିକାରୀ ଯୁଗଲ ଶବର, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ସହ ଏହି ବିଷୟରେ କଥା ହୋଇ ସମସ୍ତ ଦାଦନ ଶ୍ରମିକଙ୍କୁ ନିଜ ହାତରୁ ଗାଡି ବାବଦକୁ ଭଡା ଦେଇ ଶ୍ରମିକ ମାନଙ୍କ ନିଜ ଗାଁ ଗୁଡିକୁ ପଠାଇ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.