ଓଡ଼ିଆ ବାର୍ତ୍ତା /ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଆଦିବାସୀ ଭବନଠାରେ ଦଳିତ ବର୍ଗକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସମାଜସେବୀ ବିଜୟ ମହାନନ୍ଦ ଯୋଗଦେଇ – ଅନେକ ଲୋକ ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ଦିଗକୁ ନେଇ ଆଗକୁ ବଢ଼ି ଚାଲିଛନ୍ତି କିନ୍ତୁ ବିଭିନ୍ନ ପଥକୁ ନ ଯାଇ ଏକଜୁଟ ହୋଇ ସଂଘଠିତ ଭାବରେ କାର୍ଯ୍ୟ କରିବା ପାଇଁ ମୂଖ୍ଯ ଅତିଥି କହିଥିଲେ। ଯେପରି ଗୋଟିଏ କାଠିକୁ ସହଜରେ ଭାଙ୍ଗି ହୁଏ କିନ୍ତୁ ୧୦ଟି କାଠି ଏକଜୁଟ ହେଲେ ତାକୁ ଭାଙ୍ଗିବା କଷ୍ଟକର। ଦଳିତ ବର୍ଗଙ୍କୁ ଏଭଳି ଆହ୍ୱାନ ଦେଇଥିଲେ ଶ୍ରୀ ମହାନନ୍ଦ। ଏହି କାର୍ଯ୍ଯକ୍ରମରେ ମନୋଜ କୁମାର କଲେତ, ଲକ୍ଷ୍ମନ ସୁନା, ଶିବପ୍ରସାଦ ନାଗ, ରମାକାନ୍ତ ନାଗ, ହେମନ୍ତ ଗଡ଼ତିଆ, କାହ୍ନୁ ସୁନା, ସରମ ମେହେର, ବାଳକିଶୋର ଛତର, ପ୍ରହଲ୍ଲାଦ ମହାନନ୍ଦ ପ୍ରମୂଖ ଉପସ୍ଥିତ ଥିଲେ।





