ଥୁଆପଦରରେ ମିନି ମାରାଥନ୍ 

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲି ଖାଁ):  ଥୁଆପଦର ଗ୍ରାମପଞ୍ଚାୟତରେ ଭାରତୀୟ ମାନବ ଅଧିକାର ପରିଷଦ ଭବାନୀପାଟଣା ଶାଖା ଆନୁକୂଲ୍ୟରେ ମିନି ମାରାଥନ (୩ କିମି ଦୌଡ଼) ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଭବାନୀପାଟଣା ଅଧିକାରୀ କିଶନ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଥୁଆପଦର ସରପଞ୍ଚ ଦିଗାମ୍ବର ଲୁହା, ସମ୍ମାନିତ ଅତିଥି ଭାବେ ଯୁବ ସମାଜସେବୀ ଅରବିନ୍ଦ ସାହୁ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ମେଘରାଜ ଦାସ, ଭୁତା ମାଝୀ, ପୌଳସ୍ୟ ରଣା, ରାଜେଶ ଯାନୀ, ଭବାନୀ ଗଉଡ଼, ଦୀପକ ଦାସ, ସାଗର ଦାସ, କାଶୀ ରଣା, ମାଧବ ରଣା, ନିରାକାର ରଣା ପ୍ରମୁଖ ସହଯୋଗ କରିଥିଲେ। ଦୌଡ଼ରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ସାନ୍ତନା ମୂଳକ ପରସ୍କାର ସହ ପାଞ୍ଚ ଜଣ ବିଜେତାଙ୍କୁ ମେଡାଲ ପ୍ରଦାନ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.