ରିଷିଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ: ଫାଇନାଲରେ ତୁର୍ଲା ଦଳ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଯୁବାମଞ୍ଚ ପକ୍ଷରୁ ବାପୁଜୀ ମିନିଷ୍ଟାଡିୟମ ଠାରେ ଚାଲିଥିବା ରିଷିଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଦ୍ୱିତୀୟ ସେମିଫାଇନା ମ୍ୟାଚ ତୁର୍ଲା (ଟିଟିଲାଗଡ଼) ଓ ଜୁନାଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ତୁର୍ଲା ଦଳ ୨-୦ ଗୋଲରେ ଜୁନାଗଡ଼କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ମ୍ୟାଚକୁ ଲଳିତ ସାହୁ, ଲଳିତ ଦାସ, ପିଙ୍କୁ ଚନ୍ଦନ, ରଶ୍ମିରଂଜନ ଲେଙ୍କା ପରିଚାଳନା କରିଥିଲେ। ଏହି ମ୍ୟାଚରେ କଳାହାଣ୍ଡି ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ମୁଖ୍ୟଅତିଥି, ଗଜବାହାଲ ସରପଞ୍ଚ ଅରବିନ୍ଦ ଗହୀର, ରିଷିଡା ସମିତିସଭ୍ୟ ନିମାଇଁଚରଣ ବେହେରା, ଜିଲ୍ଲା ବିଜୁଯୁବ ଜନତାଦଳ କାର୍ଯ୍ୟକାରୀ ସଦସ୍ୟ ଚିନ୍ମୟ ମିଶ୍ର, ସମାଜସେବୀ ପ୍ରଦୀପ ଗହୀର, ସାମ୍ବାଦିକ ସତ୍ୟନାରାୟଣ କୁମାର, ବରିଷ୍ଠ ସାମ୍ବାଦିକ କମ୍ବୁପାଣି ସାହୁ, ଟୁର୍ଣ୍ଣାମେଣ୍ଟ ସଭାପତି ନରୋତ୍ତମ ସେଲମା ଅତିଥି ଭାବେ ଯୋଗଦେଇଥିଲେ।

ଯୁବାମଞ୍ଚ ସଭାପତି ରଞ୍ଜନ କୁମାର ନାଏକ, ଯୁବାମଞ୍ଚ ସମ୍ପାଦକ ଉମାକାନ୍ତ ଭୋଇ, ଉପସଭାପତି ଗିରିଶ ଚନ୍ଦ୍ର ସୁନା, କୈଳାଶ କୁମୁରା ଟୁର୍ନାମେଣ୍ଟ ସମ୍ପାଦକ ସୌମ୍ୟରଞ୍ଜନ ତ୍ରିପାଠୀ, ଯୁବାମଞ୍ଚ ସାଙ୍ଗଠନିକ ସମ୍ପାଦକ ସୋନୁ ରଣା, କୋଷାଧକ୍ଷ ଲିପୁନ ରଣା, ସହସମ୍ପାଦକ ଶ୍ରବଣ ପୁଟା, ଅଜୟ କୁମାର, କୈଳାଶ କୁମାର, ଆକାଶ କୁମାର, ପ୍ରଦୀପ ମଲ୍ଲିକ, ପପୁ ସେଠ, ଲିପୁ ସେଠ, ବଣ୍ଟି ନାଏକ, ରାଜେଶ ଗଡତିଆ, ବବଲୁ ଦଣ୍ଡସେନା, ମୁକେଶ ନାଏକ, ତାରାଚନ ପୋଢ଼, ମନୋଜ ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିବାବେଳେ କମ୍ବୁପାଣି ସାହୁ ଓ ମଧୁସୂଦନ ବାଗ ଧାରାବିବାରଣୀ ପ୍ରଦାନ କରିଥିଲେ। ସ୍କୋରବୋର୍ଡ ଦାଇତ୍ୱରେ ଗୋବର୍ଦ୍ଧନ ମାଝୀ ରହିଥିଲେ। ରବିବାର ଫାଇନାଲ ମ୍ୟାଚ ତୁର୍ଲା (ଟିଟିଲାଗଡ଼) ଓ ତୁଷୁରା ଇଲେଭେନ ଷ୍ଟାର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.