ନାବାଳିକାକୁ ବଳାତ୍କାର ଅଭିଯୋଗ, ଘର ମାଲିକ ଗିରଫ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ଜଣେ ନାବାଳିକା ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗରେ ଘର ମାଲିକ ଆଲୋକ ସେନାପତି (୪୨) ଗିରଫ ହୋଇଛନ୍ତି। ପୋଲିସ ସୂଚନା ଅନୁସାରେ ଆଲୋକଙ୍କ ଘରେ କେତେଜଣ ଝିଅ ଭଡାରେ ରହୁଥିଲେ। କିଛି ଦିନ ତଳେ ନାବାଳିକା ଜଣକ ଭଡାଘରେ ଏକୁଟିଆ ଥିବା ବେଳେ ଏହାର ସୁଯୋଗ ନେଇ ଘର ମାଲିକ ଆଲୋକ ତାକୁ ଯୋର ଜବରଦସ୍ତ ବଳାତ୍କାର କରିଥିଲେ। ନାବାଳିକାଙ୍କ ପିତା ଧର୍ମଗଡ଼ ଥାନାରେ ଅଭିଯୋଗ କରିବା ପରେ କେସ ନଂ ୩୧୪/୨୦୨୨ରେ ପୋଲିସ ଏକ ମାମଲା ଦାଏର କରି ଦଫା ୩୭୬, ୫୦୬ ଓ ପୋକ୍ସୋଆଇନ ଆଧାରରେ ଅଭିଯୁକ୍ତ ଆଲୋକକୁ ଗିରଫ କରିଥିଲା। ଅଭିଯୁକ୍ତର ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଥିବା ଧର୍ମଗଡ଼ ଥାନା ଅଧିକାରୀ ଦୀପାଞ୍ଜଳି ପ୍ରଧାନ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.