ଭିଜିଲାନ୍ସ ପଞ୍ଝାରେ କେଗାଁ ରେଞ୍ଜର କେଶବ ମାଝୀ

କେସିଙ୍ଗା ଓ ବ୍ରାହ୍ମଣୀ ବାସଭବନ ସମେତ କେଗାଁ କାର୍ଯ୍ୟାଳୟ ଏବଂ ସରକାରୀ ବାସଭବନରେ ଚଢ଼ାଉ କଲା ଭିଜିଲାନ୍ସ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି| କେସିଙ୍ଗା| ଧର୍ମଗଡ଼ (ସୁଶାନ୍ତ କୁମାର ଦଳେଇ/ ମଧୁସୂଦନ ଠାକୁର/ ଲବଣୀ ରାଉତ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ କେଗାଁ ରେଞ୍ଜ ର ରେଞ୍ଜର କେଶବ ମାଝୀଙ୍କ ବାସଭବନ ଓ ସରକାରୀ କାର୍ଯ୍ୟାଳୟରେ ହୋଇଛି ଭିଜିଲାନ୍ସର ଚଢାଉ। ଏକାକାଳୀନ ୪ଟି ସ୍ଥାନରେ ଚାଲିଛି ଚଢାଉ। ଓଡିଶା ଭିଜିଲାନ୍ସର ଏକ ୧୧ଜଣ ସ୍ୱତନ୍ତ୍ର ଟିମରେ ୬ଜଣ ଡ଼ିଏସପି ଓ ୫ଜଣ ଇନ୍ସିପେକ୍ଟର ରହିଛନ୍ତି। ରେଞ୍ଜରଙ୍କ ପୈତୃକ ଘର ବ୍ରାହ୍ମଣୀ ଓ କେସିଙ୍ଗା ସ୍ଥିତ ବାସଭବନରେ ସକାଳ ୫ଟାରେ ଚଢ଼ାଉ ହୋଇଥିଲା, ସେଥିରୁ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, କାର୍, ବାଇକ୍, ଟଙ୍କା, ସୁନା ଆଦି ଜବତ ହୋଇଥିବା ଜଣାପଡିଛି। ସେହିପରି ଭାବେ କେଗାଁ ରେଞ୍ଜରଙ୍କ କାର୍ଯ୍ୟାଳୟ ଓ ରେଞ୍ଜ ଅଫିସ ର ବାସଭବନରେ ମଧ୍ୟ ରେଡ୍ ହୋଇଛି। ରେଡ୍ ସଂପୂର୍ଣ୍ଣ ହେବାପରେ ସବିଶେଷ ତଥ୍ୟ ଜଣାପଡ଼ିବ ବୋଲି ସୂଚନା ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.