ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳାରେ ଅଂଶଗ୍ରହଣ କରିବେ ପେରମଞ୍ଜି ସ୍କୁଲର ଛାତ୍ର ମନୋଜ ନାଏକ

ଓଡ଼ିଆ ବାର୍ତ୍ତା / ଥୁଆମୂଳ ରାମପୁର (ଦୁର୍ଗା କୀର୍ତ୍ତି): ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳା ପାଇଁ କଳାହାଣ୍ଡି ଜିଲ୍ଲାର ୭ ଜଣ ମନୋନୀତ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ଥୁଆମୂଳ ରାମପୁର ବ୍ଲକ ପେରମଞ୍ଜି ସ୍କୁଲର ଛାତ୍ର ମନୋଜ କୁମାର ନାଏକ। ଏହି ବ୍ଲକ କର୍ଲାପାଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପେରମଞ୍ଜି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀରେ ଅଧ୍ୟୟନ କରନ୍ତି ମନୋଜ କୁମାର ନାଏକ। ସେ ଏହି କୃତିତ୍ବ ଲାଭ କରି ବ୍ଳକ ଓ ଜିଲ୍ଲାରୁ ମାନପତ୍ର ସହ ଟ୍ରଫି ପାଇଛନ୍ତି। ବର୍ତ୍ତମାନ ମନୋଜ ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ ଭାଗ ନେବାକୁ ଯାଉଥିବାରୁ ସ୍କୁଲ, ଗ୍ରାମ, ଗ୍ରାମପଞ୍ଚାୟତ ଓ ବ୍ଲକ ପାଇଁ ଏକ ଗୈାରବର ବିଷୟ। ତାଙ୍କୁ ବିଦ୍ଯାଳୟର ବିବେକ ଭୂଷଣ ଦାସ ଗାଇଡ କରିବା ସହ ପ୍ରଧାନ ଶିକ୍ଷକ ସହିତ ଅନ୍ଯାନ୍ଯ ଶିକ୍ଷକ ବୃନ୍ଦ ଉତ୍ସାହିତ କରିଥିବା ଜଣାପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.