ସାହିତ୍ୟିକ କବି ବନ୍ଧୁ ପରିବାରର ଗୀତାମୃତ ପଠନ ଶ୍ରବଣ କାର୍ଯ୍ୟକ୍ରମ

ଦ୍ବାଦଶ ଅଧ୍ୟାୟ : ଭକ୍ତି ଯୋଗଃ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ବାଲେଶ୍ବର ଜିଲ୍ଲାର ଅତି ପରିଚିତ ସାହିତ୍ୟ ଅନୁଷ୍ଠାନ “ସାହିତ୍ୟିକ କବି ବନ୍ଧୁ ପରିବାର”ର ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କ ପୌରୋହିତ୍ୟରେ ଆଭାସୀ ମାଧ୍ୟମରେ ଗୀତାମୃତ ଭଳି ପବିତ୍ର ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ କେନ୍ଦ୍ରାପଡାରୁ  ବନଲକ୍ଷ୍ମୀ ମହାନ୍ତି ଓମକାର ନାଦଧ୍ବନି ଦେଇ ସମସ୍ତଙ୍କୁ ସୁସ୍ଵାଗତ ଜଣାଇବା ସହ ଶୁଭେଚ୍ଛା ଓ ସମ୍ପାଦିକା ପ୍ରଣତି ମହାପାତ୍ର ଅତିଥି ପରିଚୟ ରଖିଥିଲେ । ପବିତ୍ର ଗୀତାମୃତ କାର୍ଯ୍ୟକ୍ରମରେ ଭୁବନେଶ୍ୱରରୁ ପରିବାରର ବଡ଼ଭାଇ ବିଶ୍ବେଶ୍ବର ମାଝୀ, ମହାରାଷ୍ଟ୍ରରୁ ସଂଯୁକ୍ତା ରାଉତ, ବିନୋଦିନୀ ଦାଶ, ସ୍ନେହ ମିଶ୍ର, ପ୍ରଶାନ୍ତ କୁମାର ରାଉଳ ଇତ୍ୟାଦି ୫ଜଣ ସତସଙ୍ଗୀ ଭାଇଭଉଣୀ ଭକ୍ତିଯୋଗଃ ର ୧୦ଟି ଶ୍ଲୋକ ପାଠ କରିଥିଲେ । ଦ୍ବାଦଶ ଅଧ୍ୟାୟ ଭକ୍ତି ଯୋଗଃର ଦଶଟି ଶ୍ଲୋକ ଖୁବ ସୁନ୍ଦର ତାତ୍ତ୍ବିକ ଆଲୋଚନା କରିଥିଲେ ପଣ୍ଡିତ ଗାୟକ କଲ୍ଲୋଳ ପ୍ରଫୁଲ୍ଲ କୁମାର ଆଚାର୍ଯ୍ୟ । ଅନେକ ପ୍ରସଙ୍ଗ ଭିତ୍ତିକ କଥା ଉପରେ ପ୍ରାଞ୍ଜଳ ଭାବରେ ଅନେକ ତତ୍ତ୍ବପୂର୍ଣ୍ଣ ଓ ତଥ୍ୟଭିତ୍ତିକ ପ୍ରସଙ୍ଗ ଉତ୍ଥାପନ କରିଥିଲେ ପଣ୍ଡିତ ଶ୍ରୀଯୁକ୍ତ ଆଚାର୍ଯ୍ୟ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଓଳାଶୁଣୀ ଗୁମ୍ଫାର ଯଶସ୍ବୀ ସାଧକଙ୍କ ବାଣୀଠାରୁ ଅଭିମନ୍ୟୁ ସାମନ୍ତ ସିଂହାର, ମଧୁସୂଦନ, ଗଙ୍ଗାଧରଙ୍କ କାବ୍ୟାକୃତିକୁ ନେଇ, ଗୀତା ଭାଗବତ, ମାଳିକା ଉପରେ ତତ୍ତ୍ବପୂର୍ଣ୍ଣ, ତଥ୍ୟଭିତ୍ତିକ ଆଲୋଚନା କରିଥିଲେ । ପୂର୍ବାପର ଏକାଦଶ ଅଧ୍ୟାୟ ସହ ଦ୍ବାଦଶ ଅଧ୍ୟାୟକୁ ଉଚ୍ଚକୋଟୀର ବର୍ଣ୍ଣନା କରିଥିଲେ। ଅର୍ଜୁନ ଶ୍ରୀକୃଷ୍ଣଙ୍କୁ କହିଥିଲେ ହେ ପ୍ରଭୁ ଯେଉଁମାନେ ତୁମଠାରେ ଭକ୍ତି ରଖି ତୁମର ଉପାସନା କରନ୍ତି ଏବଂ ଯେଉଁମାନେ ଅବ୍ୟକ୍ତ ଅକ୍ଷର ବ୍ରହ୍ମ ରୂପରେ ଉପାସନା କରନ୍ତି – ସେ ଦୁହିଁଙ୍କ ମଧ୍ୟରେ ଶ୍ରେଷ୍ଠ ଯୋଗୀ କିଏ ? ବହୁତ ସୁନ୍ଦର ଭାବରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ ଯାହା ଉକ୍ତ ଶ୍ଲୋକରେ ବର୍ଣ୍ଣିତ । ତାହାକୁ ପଣ୍ଡିତଜୀ ଖୁବ ସୁନ୍ଦର ଭାବରେ ବୁଝାଇଥିଲେ।
ଉକ୍ତ ସତସଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ୩୦ ରୁ ଉର୍ଦ୍ଧ୍ବ ସତସଙ୍ଗୀ ଗୀତା ପ୍ରେମୀ ଯୋଗ ଦେଇ ଏ ମହତ୍ ବାଣୀ ସାହିତ୍ୟିକ କବି ବନ୍ଧୁ ପରିବାରର ଏ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରବଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ସମସ୍ତେ ଭାବବିହ୍ବଳିତ ହୋଇ ପଣ୍ଡିତଙ୍କ ବ୍ୟାଖ୍ୟା ଉପଭୋଗ କରିଥିଲେ । ରୀତା ଅପରାଜିତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ବେଳେ  ରତିନାରାୟଣ ରାଉତ ଶାନ୍ତିପାଠ କରି ସତସଙ୍ଗ ସାଙ୍ଗ କରିଥିଲେ । ସଭାପତିଙ୍କ ଅନୁମୋଦନ କ୍ରମେ ଗୀତାମୃତ କାର୍ଯ୍ୟକ୍ରମ ସାଙ୍ଗ ହୋଇଥିଲା।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.