ଛାତ୍ରୀଙ୍କ ଆତ୍ମସୁରକ୍ଷା ତାଲିମ୍ ଶିବିର ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଲାଞ୍ଜିଗଡ ବ୍ଲକ୍ ର ଲାଞ୍ଜିଗଡରୋଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ମାନଙ୍କ ପାଇଁ ଆୟୋଜିତ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦ୍ଘାଟିତ ହୋଇଯାଇଛି । କଲେଜ ପରିସରରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ବୁଧବାର ସକାଳ ୯ ଘଣ୍ଟା ସମୟରେ ଲାଞ୍ଜିଗଡରୋଡ ଯୁକ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ଜୟକୃଷ୍ଣ ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଲାଞ୍ଜିଗଡରୋଡ ସମିତି ସଦସ୍ୟା ମୁକ୍ତା ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କାର୍ଯ୍ୟକ୍ରମଟିର ଶୁଭ ଉଦ୍ଘାଟନ କରି ଶୃଙ୍ଖଳିତ ଭାବରେ ଛାତ୍ରୀ ମାନେ ଆତ୍ମରକ୍ଷା କରିବାର କୌଶଳ ପ୍ରଶିକ୍ଷଣ ନେବା ପାଇଁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି କଲେଜର କ୍ରୀଡା ଶିକ୍ଷକ ରଞ୍ଜନ ଘଡାଇ ଯୋଗଦାନ କରିଥିବା ବେଳେ ଯୁକ୍ତ ଦୁଇ ମହା ବିଦ୍ୟାଳୟର ଭୂଗୋଳ ଅଧ୍ୟାପକ ସରୋଜ କୁମାର ଜେନା ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି ଆଜିର ନାରୀ ଅସୁରକ୍ଷିତ । ଉଗ୍ରଆଧୁନିକ ସମାଜରେ ଛାତ୍ରୀ ମାନଙ୍କ ପାଇଁ ଆତ୍ମ ସୁରକ୍ଷା କୌଶଳ ଶିଖିବା କେତେ ଗୁରୁତ୍ୱପୂର୍ଣ୍ଣ ସେ ବିଷୟରେ ମାର୍ଗଦର୍ଶନ ଦେଇଥିଲେ । ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ନିକୁଞ୍ଜ ଭୋଇ ମଞ୍ଚ ପରି·ଳନା କରିଥିଲେ । ଆତ୍ମସୁରକ୍ଷା କୌଶଳ ପ୍ରଶିକ୍ଷଣ ଦେବା ପାଇଁ ମାଷ୍ଟର ଟ୍ରେନର ଭାବରେ ମହାବିଦ୍ୟାଳୟର ରୋଜାରାଣୀ ପାତ୍ର ଓ ଶୈଳ ମାଝୀ ଆସି ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷାର କୌଶଳ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି । କଲେଜର ପ୍ରଥମ ବର୍ଷର ୭୩ ଜଣ ଛାତ୍ରୀ ଏହି ଶିବିରରେ ପ୍ରଶିକ୍ଷଣ ନେଉଥିବା ଯୁକ୍ତ ଦୁଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଜୟକୃଷ୍ଣ ପଧାନ ସୂଚନା ପ୍ରଦାନ କରିଛନ୍ତି । ଗତକାଲି ଉଦ୍ଘାଟିତ ହୋଇଥିବା ଏହି ଶିବିରଟି ଜାନୁୟାରୀ ମାସ ୧୨ ତାରିଖ ଯାଏଁ ଚାଲିବ ଓ ଉକ୍ତଦିନ ଦିବା ୧୦ ଘଣ୍ଟା ସମୟରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ଅଧ୍ୟକ୍ଷ ଶ୍ରୀ ପଧାନ ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.