ଚିଲିର ଆଲଗାରୋବୋ ସହରରେ ଥିବା ସାନ୍ ଆନ୍ଫାନ୍ସୋ ଡେଲ୍ ମାର୍ ନାମକ ଏକ ପ୍ରସିଦ୍ଧ ରିସର୍ଟ ଭିତରେ ରହିଛି ବିଶ୍ବର ସବୁଠାରୁ ବଡ଼ ସୁଇମିଂପୁଲ ରହିଛି । ଏହି ବୃହତ ସୁଇମିଂପୁଲ ଗିନିଜ୍ବୁକ୍ ଅଫ୍ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି । ରିପୋର୍ଟ ଅନୁଯାୟୀ ଏହି ସୁଇମିଂପୁଲ ୧ କିଲୋମିଟର ଠାରୁ ଅଧିକ ବଡ଼ । ଯାହାକି ଦେଖିବାକୁ ଗଲେ ପ୍ରାୟ ୧୬ ଫୁଟବଲ ପଡ଼ିଆ ସହ ସମାନ ହେବ । ଏହି ବୃହତ ସୁଇମିଂପୁଲଟି ୧୧୫ ଫୁଟ୍ ଗଭୀର ହୋଇଥିବା ବେଳେ ଏଥିରେ ୨୫୦ ମିଲିୟନ୍ ଲିଟର ଶୁଦ୍ଧ ସମୁଦ୍ର ପାଣି ରହିଛି । ଏହି ପାଣିକୁ ଛଣାଯାଇ ସବୁବେଳେ ଶୁଦ୍ଧ କରାଯାଇଥାଏ । ୨୦୦୬ ମସିହାରେ ସୁଇମିଂପୁଲ ତିଆରି କରିବା ପାଇଁ ୧୬ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । ତେବ ଏହି ସୁଇମିଂପୁଲର ମଜା କେବଳ ସେହି ରିସର୍ଟରେ ରହୁଥିବା ଲୋକହିଁ ପାଇପାରିବେ ।