୨୦ ଆଇପିଏସ୍ ଅଫିସରଙ୍କ ସହ ମୋଟ ୭୪ ପୁଲିସ ଅଫିସରଙ୍କୁ ଜାମ୍ମୁ-କାଶ୍ମୀରକୁ ଟ୍ରାନ୍ସଫର କଲେ ସରକାର

ଓଡ଼ିଆ ବାର୍ତ୍ତା/ ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ନରହତ୍ୟା ଜାରି ରହିଥିବା ବେଳେ କେନ୍ଦ୍ର ଶାସିତ ଅଞ୍ଚଳରେ ସ୍ଥିତି ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି । ନିକଟରେ ୧୮ କମ୍ପାନୀ ସିଆର୍‌ପିଏଫ୍‌ ଫୋର୍ସ ପଠାଇଥିଲା। ଏବେ ଗତକାଲି ୨୦ ଆଇପିଏସ୍ ଅଫିସରଙ୍କ ସହ ମୋଟ ୭୪ ପୁଲିସ ଅଫିସରଙ୍କୁ ଜାମ୍ମୁ-କାଶ୍ମୀର ଟ୍ରାନ୍ସଫର କରାଯାଇଛି। ଫଳରେ ୩ ଜିଲ୍ଲା ପାଇଁ ନୂଆ ପୁଲିସ ମୁଖ୍ୟ ନିଯୁକ୍ତ ହେବା ସହ ୩ ରେଞ୍ଜର ଡିଆଇଜି ନିଯୁକ୍ତ ହୋଇଛନ୍ତି। ଏହି ନିଯୁକ୍ତି ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି ଅଲଗା ଅଲାଗ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଏଥିରେ ୧୫ ଡେପୁଟି ଇନ୍ସପେକ୍ଟର(ଡିଆଇଜି) ଏବଂ ୫୯ ସୁପରିଟେଣ୍ଡେଣ୍ଟ ଅଫ୍‌ (ଏସ୍‌ପି) ଏହି ଅଦଳବଦଳରେ ପ୍ରଭାବିତ ହେବେ ବୋଲି କୁହାଯାଇଛି।

Omkar Vasthu
Omkar Vasthu

୧୯୯୭ ବ୍ୟାଚ୍‌ର ବରିଷ୍ଟ ଆଇପିଏସ ଅଫିସର ଗରିବ ଦାସଙ୍କୁ ଉଧାମପୁରର ଶେରୀ କାଶ୍ମୀର ପୁଲିସ ଆକାଡେମୀ(ଏସ୍‌କେପିଏ)ର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଥିବା ବେଳେ ଦକ୍ଷିଣ କାଶ୍ମୀର ରେଞ୍ଜରେ ରୟୀଜ ମହମ୍ମଦ ଭଟଙ୍କୁ ନୂଆ ଡିଆଇଜି ମୁତୟନ କରାଯାଇଛି। ଆଇପିଏସ୍‌ ବିବେକ ଗୁପ୍ତା ଉତ୍ତର କାଶ୍ମୀର ଡିଆଇଜି ଓ କାଠୁଆ ରେଞ୍ଜରେ ଶକ୍ତି ପାଠକଙ୍କୁ ନିଯୁକ୍ତି ମିଳିଛି। ସେହିପରି ରାଜ୍ୟ ତଦନ୍ତକାରୀ ସଂସ୍ଥାର(ଏସ୍‌ଆଇଏ)ରେ ଆପିଏସ୍ ଅଫିସର ଡ. ଅଜୀତ ସିଂହ, ଅବଦୁଲ କୟୁମ ଏବଂ ହସୀବ ଉର ରେହମାନ ଏସ୍‌ଆଇଏ ଡିଆଇଜି ନିଯୁକ୍ତ ହୋଇଛନ୍ତି। ସେହିପରି ଜାମ୍ମୁ-କାଶ୍ମୀର ଟ୍ରାଫିକ୍‌ରେ ଡିଆଇଜି ଭାବେ ଶ୍ରୀଧର ପାଟିଲଙ୍କୁ ନିଯୁକ୍ତି ମିଳିଛି। ତା ସହିତ ଜାମ୍ମୁ-କାଶ୍ମୀର ବିଭିନ୍ନ ସ୍ଥାନରେ ଏହି ଅଫିସରମାନଙ୍କୁ ନିଯୁକ୍ତି ଦିଆଯାଇଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.