ଶ୍ରୀରାମ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ 

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ଶ୍ରୀରାମ ମହାବିଦ୍ୟାଳୟର ୪୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସାମ୍ବାନୀତ ଅତିଥି ଭାବେ ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ଭଟଲି ବିଧାୟକ  ସୁଶାନ୍ତ ସିଂ, ସୁବର୍ଣ୍ଣପୁର ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷ ସୁପାର ଠେଲା, ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଆବୋଲି ସୁନୀଲ ନରୱାଣେ, ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେନ୍ଦ୍ର ପଣ୍ଡା, ଜ଼ିଲ୍ଲା ଶିକ୍ଷା ତଥା ମହାବିଦ୍ୟାଳୟର ପୂର୍ବତନ ଛାତ୍ର ଲକ୍ଷ୍ମଣ ଭୋଇ, ରମେଶ ପୁଜାରୀ ଏବଂ ଅଧ୍ୟକ୍ଷ ତରଣୀ ସେନ ବେହେରା ଉପସ୍ଥିତ ରହି କ୍ରୀଡା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିବା ସହିତ ମାନ୍ୟବର ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଶ୍ରୀରାମ ମହିବିଦ୍ୟାଲୟରେ ପିଜି ଖୋଲିବା ପାଇଁ ଏବଂ ଇଗ୍ନୋ ବିଶ୍ୱ ବିଦ୍ୟାଳୟର ଏକ ଶାଖା ଖୋଲିବା ପାଇଁ ପ୍ରତିଶୃତି ଦେଥିଲେ । ପୁଣି ମହା ବିଦ୍ୟାଳୟରେ ଏକ ୧୦୦ସିଟର ମହିଳା ଛାତ୍ରୀ ନିବାସ ଖୋଲିବା ପାଇଁ ମାନ୍ୟବର ନିରଞ୍ଜନ ପୂଜାରୀଙ୍କର ଉଦ୍ୟମରେ ହରିଜନ ଆଦିବାସୀ ବିଭାଗ ଓଡିଶା ସରକାରଙ୍କ ତରଫରୁ ଅନୁମୋଦନ ଲାଭ କରିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.