କ୍ଷୁଦ୍ର ଅଣୁ ଓ ମଧ୍ୟମ ଉଦ୍ୟୋଗ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଜିଲ୍ଲା ଶିଳ୍ପ କେନ୍ଦ୍ର କଳାହାଣ୍ଡି, ଶିଳ୍ପ ନିର୍ଦ୍ଦେଶାଳୟ କଟକ ଓ ଦଣ୍ଡପାଟ ଯୁବ ସେବା ସଂଗଠନ ବେହେରାର ମିଳିତ ଆନୂକୁଲ୍ୟରେ ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବେହେରା ଓ ତେଣ୍ଡାପାଲି ପଞ୍ଚାୟତ ଠାରେ କ୍ଷୁଦ୍ର ଅଣୁ ଓ ମଧ୍ୟମ ଉଦ୍ୟୋଗ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ବେହେରା ଠାରେ ଆୟୋଜିତ ହୋଇଥିବା ସଚେତନତା କାର୍ଯ୍ୟକ୍ରମକୁ ସରପଞ୍ଚ କୁମୁଦିନୀ ଗଇଁତା ଉଦଘାଟନ କରିଥିବା ବେଳେ ତେଣ୍ଡାପାଲି ଠାରେ ସରପଞ୍ଚ ଗୌଲୋଚନ ଗୋପାଳ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ସାଧନ କର୍ମୀ ଭାବେ ସୌଭାଗ୍ଯ ରଞ୍ଜନ ବେହେରା ଶିଳ୍ପ ବିକାଶ ଅଧିକାରୀ କଳାହାଣ୍ଡି ସରକାରଙ୍କ ବିଭିନ୍ନ କ୍ଷୁଦ୍ର ଅଣୁ ଓ ମଧ୍ୟମ ଉଦ୍ୟୋଗ ସମ୍ବନ୍ଧୀୟ ଜନହିତକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହ ଏହାର ସୁଫଳ ଜନସାଧାରଣଙ୍କ ନିକଟରେ ପହଞ୍ଚିବା ପାଇଁ ଗ୍ରାମାଞ୍ଚଳରେ ଥିବା ଯୁବକ ଯୁବତୀ ମାନେ ସ୍ବାବଲମ୍ବୀ ଓ ରୋଜଗାରକ୍ଷମ ହେବା ନିତ୍ୟାନ୍ତ ଆବଶ୍ୟକ ବୋଲି ମତପୋଷଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଭୁଜ ଛତ୍ରିଆ, ଦଣ୍ଡପାଟ ଯୁବ ସେବା ସଂଗଠନ ସଭାପତି ଭବେଶ ଗଇଁତା, ସମ୍ପାଦକ ଭୁଜବଳ ନାଏକ, ନାଏବ ସରପଞ୍ଚ ଟିକେଶ୍ବର ଗୋପାଳ, ପଞ୍ଚାୟତ କାର୍ଯ୍ୟ ନିର୍ବାହ ଅଧିକାରୀ ଗୌରାଙ୍ଗ ନାଗ, ପୂର୍ବତନ ସରପଞ୍ଚ ସୁଚିତ୍ରା ଗୋପାଳ ପ୍ରମୂଖ ଯୋଗଦାନ କରି ଗ୍ରାମାଞ୍ଚଳରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ଏଭଳି ସଚେତନତା ଶିବିରର ଆୟୋଜନ ସ୍ବାଗତ ଯୋଗ୍ୟ ଓ ପ୍ରଶଂସନୀୟ ବୋଲି ବର୍ଣ୍ଣନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବେହେରା ଓ ତେଣ୍ଡାପାଲି ପଞ୍ଚାୟତର ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା, ଶିଲେଇ ଶିକ୍ଷା କେନ୍ଦ୍ରର ଯୁବତୀ ଓ ସ୍ବେଚ୍ଛାସେବୀମାନେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ଯୁବ ସଂଗଠକ ଅବିନାଶ ମୁଣ୍ଡ ସଂଯୋଜନା କରିଥିବା ବେଳେ ତରେଶ ବିଶି, ଟିକେଶ୍ବର ଭୋଇ, ଶୁଶୀଲ ନାଗ, ରଙ୍ଗାଧର ନାଗ ପ୍ରମୂଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.