ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୁସୁମଖୁଣ୍ଟି ସ୍ଥିତ ଜିଲ୍ଲା ବଞ୍ଜାରା ସମାଜ ଭବନଠାରେ ରବିବାର ଜିଲ୍ଲା ସ୍ତରୀୟ ଓଡ଼ିଶା ବଞ୍ଜାରା ସେବା ସଂଘର ମହାସଭା ଅନୁଷ୍ଠିତ ହୋଇଛି। କଳାହାଣ୍ଡି ଜିଲ୍ଲା ବଞ୍ଜାରା ମହାସଂଘ ସଭାପତି ତୁଲାରାମ ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଷଧି ବାଗ, ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ରେଙ୍ଗାଲପାଲି ସରପଞ୍ଚ ପଦ୍ମିନୀ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା ବଞ୍ଜରା ସମାଜ ସଭାପତି ଲଳିତ କୁମାର ନାଏକ, ସାଧାରଣ ସମ୍ପାଦକ ଲକ୍ଷ୍ମଣ କୁମାର ନାଏକ ଓ ରାଜ୍ୟ କାର୍ଯ୍ୟକାରିଣୀ ସଭାପତି କୈଳାଶ ଚନ୍ଦ୍ର ନାଏକ ପ୍ରମୁଖ ମଞ୍ଚାସିନ ରହି ବଞ୍ଜରା ସମାଜର ବିକାଶ, ସମୃଦ୍ଧି, ଶିକ୍ଷା, ନାରୀ ସଶକ୍ତିକରଣ, କର୍ମନିୟୋଜନ ସହ ସାମାଜିକ ବିକାଶ ଦିଗରେ ସମସ୍ତଙ୍କ ସହଯୋଗ ଓ ଆନ୍ତରିକତା ଏକାନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ। ବୈଠକରେ କଳାହାଣ୍ଡି ଜିଲ୍ଲା ଶାଖାର ୬୮ଟି ଗ୍ରାମ କମିଟି ସଦସ୍ୟ ସଦସ୍ୟା ତଥା ଝାରସୁଗୁଡା, ବରଗଡ଼, ନୂଆପଡା, ବଲାଙ୍ଗୀର, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଆଦି ଜିଲ୍ଲାର କର୍ମକର୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟ ସାଙ୍ଗଠନିକ ବୈଠକ ତୁଲାରାମ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ତଥା ଝାରସୁଗୁଡା ଜିଲ୍ଲା ସଭାପତି କୈଳାସ ଚନ୍ଦ୍ର ନାଏକ, ରାଜ୍ୟ ଉପସଭାପତି କିଶୋର ଚନ୍ଦ୍ର ନାଏକ, ରାଜ୍ୟ କୋଷାଧକ୍ଷ ସନ୍ଥ ନାଏକ, ବରଗଡ଼ ସାଧାରଣ ସମ୍ପାଦକ ଚୈତ୍ରାମ ନାଏକ, ନୂଆପଡା ସଭାପତି ଈଶ୍ୱର ଚନ୍ଦ୍ର ନାଏକ, ବଲାଙ୍ଗୀର ସଭାପତି ଶୋଭାବନ ନାଏକ, ନବରଙ୍ଗପୁର ସଭାପତି, କୋରାପୁଟ, ମାଲକାନଗିରି ସଭାପତି ସମୂହ ବରେଣ୍ୟ ବ୍ୟକ୍ତି ଖଗେଶ୍ୱର ନାଏକ, ଆଶାରାମ ନାଏକ, ଦୁର୍ଗା ପ୍ରସାଦ ନାଏକ, ଜୟଲାଲ ନାଏକ, ତେଜା ନାଏକ, ଚତୃ ନାଏକ, ଆଶାରାମ ବଞ୍ଜରା, ଘନଶ୍ୟାମ ନାଏକ, ତୁଳସୀରାମ ନାଏକ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅବସରରେ ସାଙ୍ଗଠନିକ ସଭାରେ ରାଜ୍ୟ ସ୍ତରୀୟ କର୍ମକର୍ତ୍ତାଙ୍କ ପ୍ରତେକ୍ଷ ତତ୍ୱାବଧାନରେ ଜିଲ୍ଲା ବଞ୍ଜରା ସମାଜର ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା। ସର୍ବସମ୍ମତି କ୍ରମେ ବରିଷ୍ଠ ସମାଜସେବୀ ଯଶୋବନ୍ତ ନାଏକଙ୍କୁ କଳାହାଣ୍ଡି ଜିଲ୍ଲା ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ବୁଦ୍ଧିରାମ ନାଏକଙ୍କୁ ସାଧାରଣ ସମ୍ପାଦକ ଭାବେ ମନୋନୀତ କରାଯାଇଛି। କାର୍ଯ୍ୟକ୍ରମକୁ ଲଲିତ କୁମାର ନାଏକ ପରିଚାଳନା କରିଥିବାବେଳେ ରାଜ୍ୟ ସଭାପତି ତୁଲାରାମ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।