ଓଡ଼ିଆ ବାର୍ତ୍ତା / ସୋନପୁର (ସର୍ଜନ କୁମାର ପାଣ୍ଡେ): ରାହୁଲ ଗାନ୍ଧୀଙ୍କ ସଭ୍ୟପଦ ରଦ୍ଦ ନିଷ୍ପତ୍ତିକୁ ପ୍ରତିବାଦ କରି ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସହରର ଘୋଡାଘାଟ ପଡାଠାରେ ଶାନ୍ତି ପୂର୍ଣ୍ଣ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଗୌରିଶ୍ୟାମ ପଣ୍ଡାଙ୍କ ନେତୃତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପସିସି ସଭ୍ୟ ଜିତେନ୍ଦ୍ର ପଟ୍ଟନାୟକ, ମହିଳା କଂଗ୍ରେସ ନେତ୍ରୀ ସୂର୍ଯ୍ୟକାନ୍ତି ବାଗ, ମାଧବ କୁମ୍ଭାର, ରାଜଗୋପାଳ ପାଣିଗ୍ରାହୀ, ବସନ୍ତ ମହାକୁଡ଼, ପ୍ରଭୁଦତ୍ତ ବସ୍ତିଆ, ନରେନ୍ଦ୍ର ପଣ୍ଡା, ସୁମନ୍ତ ସାହୁ, ରବିନ୍ଦ୍ର ହୋତା, ରାଜେଶ ମିଶ୍ର, ପ୍ରଦୀପ ସେଠୀ, ନିମାଇଁଚରଣ ପାଣିଗ୍ରାହୀ, ସଂଗ୍ରାମ କେଶରୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ରାହୁଲ ଗାନ୍ଧୀ ଘଟଣାରେ କେନ୍ଦ୍ର ସରକାର ଅଗଣତନ୍ତ୍ର ଓ ଅସାମ୍ୱଧାନିକ କାର୍ଯ୍ୟ କରିଛନ୍ତି ବୋଲି କହିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସର କାର୍ଯ୍ୟକର୍ତ୍ତା ଓ ନେତୃମଣ୍ଡଳୀ। ଏହାର ଦୁଢ ପ୍ରତିବାଦରେ ଆଗାମୀ ଦିନରେ ଦେଶବ୍ୟାପି କଂଗ୍ରେସ ଦଳ ତରଫରୁ ପ୍ରତିବାଦ କରାଯିବ ବୋଲି କଡା ଚେତାବନୀ ଦିଆଯାଇଛି।