ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପରେ ଭାରତୀୟ ବକ୍ସରଙ୍କ କମାଲ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପରେ କମାଲ କରିଛନ୍ତି ଭାରତୀୟ ବକ୍ସର । ଏହି ପ୍ରତିଯୋଗିତାରେ ଭାରତର ୪ଜଣ ବକ୍ସର ସ୍ୱର୍ଣ୍ଣ ପଦକ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ରବିବାର ୭୦ରୁ ୭୫ କିଗ୍ରା ବିଭାଗରେ ଲଭଲୀନା ବୋରଗାହେନ ଭାରତ ପାଇଁ ୪ର୍ଥ ସ୍ୱର୍ଣ୍ଣ ଜିତିଥିଲେ । ସେ ଫାଇନାଲରେ ଅଷ୍ଟ୍ରେଲିଆର କ୍ୟାଟଲିନା ଏନ ପାର୍କରଙ୍କୁ ପରାସ୍ତ କରିଥିଲେ । ପ୍ରଥମ ରାଉଣ୍ଡରେ ଲଭଳୀନା ୩-୨ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲେ । ଦ୍ୱିତୀୟ ରାଉଣ୍ଡରେ କ୍ୟାଟଲିନା ବିଜୟ ହାସଲ କରି ମ୍ୟାଚକୁ ସଂଘର୍ଷପୂର୍ଣ୍ଣ କରିଥିଲେ । ତୃତୀୟ ରାଉଣ୍ଡରେ ଉଭୟ ଭଲ ପ୍ରଦର୍ଶନ କରିଥିଲେ । ଶେଷରେ ମ୍ୟାଚର ଫଳାଫଳ ପାଇଁ ରିଭ୍ୟୁର ସହାୟତା ନିଆ ଯାଇଥିଲା ଏଥିରେ ଭାରତୀୟ ବକ୍ସର ବାଜି ମାରିଥିଲେ । ପୂର୍ବରୁ ଅନ୍ୟ ଏକ ମୁକାବିଲାରେ ନିଖିତ ଜରୀନ ତାଙ୍କ ଟାଇଟଲ ବଜାୟ ରଖିବାରେ ସଫଳ ହୋଇଥିଲେ । ୪୮ରୁ ୫୦ କିଗ୍ରା ବିଭାଗର ଫାଇନାଲରେ ନିଖତ ଭିଏତନାମର ନ୍ୟୁଗେନ ଥୀ ତାମଙ୍କୁ ୫-୦ରେ ପରାସ୍ତ କରି ସ୍ୱର୍ଣ୍ଣ ଜିତିଥିଲେ । ଶନିବାର ସ୍ୱିଟୀ ବୋରା ଓ ନୀତୁ ସେମାନଙ୍କ ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରି ଭାରତକୁ ଗୌରବାନ୍ୱିତ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.