ରୁପ୍ରାରୋଡର ଦେବସର ଧାମ ଦୁର୍ଗା ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଯୋରଦାର 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ଦେବସର ଧାମ ଦୁର୍ଗା ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ପ୍ରସ୍ତୁତି ଯୋରଦାର ହୋଇଛି । ଆସନ୍ତା ଅପ୍ରେଲ ୧୬ରୁ ୨୪ ତାରିଖ ପର୍ଯ୍ୟନ୍ତ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ୫୬ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହେବ । ୧୬ରେ କଳସ ଯାତ୍ରା ହୋଇ ୧୭ ତାରିଖ ସକାଳୁ ନାମ ଆରମ୍ଭ ହେବ, ଏହି ଦିନ ମନ୍ଦିର ପ୍ରତିଷ୍ଠା ପାଇଁ ପୂଜାରମ୍ଭ ହେବ । ୧୭ରୁ ନାମ କ୍ରମାଗତ ଭାବେ ଚାଲି ୨୪ ତାରିଖ ଦିନ ପୂର୍ଣ୍ଣାହୁତି ହେବ । ଏହାରି ଭିତରେ ୨୨ ତାରିଖରେ ବିଗ୍ରହ ସମୁହ ନଗର ପରିକ୍ରମା କରିବେ । ୨୩ରେ ବିଗ୍ରହଙ୍କ ମନ୍ଦିର ପ୍ରବେଶ ନିତି ସହ ସନ୍ଧ୍ୟାରେ ଭଜନ କାର୍ଯ୍ୟକ୍ରମ ରହିଥିବା ଦେବସର ଧାମ ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ମୁଲଚନ୍ଦ ଅଗ୍ରୱାଲ ସୂଚନା ଦେଇଛନ୍ତି । ମନ୍ଦିର ପ୍ରତିଷ୍ଠା ସହ ୫୬ ପ୍ରହର ନାମ ଯଜ୍ଞ, ମିନାବଜାର ହେଉଥିବାରୁ ଅଞ୍ଚଳରେ ପ୍ରବଳ ଉତ୍ସୁକତା ଦେଖିବାକୁ ମିଳିଛି । ବର୍ତ୍ତମାନ ଠାରୁ ଗ୍ରାମବାସୀ ଓ ଅଞ୍ଚଳର ଜନସାଧାରଣ ମନ୍ଦିର ପ୍ରତିଷ୍ଠାର ବିଭିନ୍ନ କାର୍ଯ୍ୟରେ ସହଯୋଗ କରୁଥିବା ଦେଖାଦେଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.