ରାୟଗଡ,୮/୫ : ସରକାରଙ୍କ ଅବକାରୀ ବିଭାଗର ନିର୍ଦ୍ଦେଶନାମାକୁ ଖୁଲମଖୁଲା ଉଂଲଘନ କରାଯାଉଛି ରାୟଗଡ ଜିଲ୍ଳାରେ । ତଥାପି ଏଠାରେ ଜିଲ୍ଳା ଅବକାରୀ ବିଭାଗର କାର୍ଯ୍ୟାନୁଷ୍ଠାନ ଶୂନ । ଅବକାରୀ ବିଭାଗର ନିୟମାନୁସାରେ ସକାଳ ସାଢେ ୧୦ଟା ପରେ ସମସ୍ତ ବିଦେଶୀ ଠିପି ବନ୍ଦ ଓ ଖୋଲା ମଦ ଦୋକାନଗୁଡିକ ଖୋଲିବା ପାଇଁ ନିୟମ ରହିଛି ।
କିନ୍ତୁ ରାୟଗଡ ଜିଲ୍ଳା ସଦର ମହକୁମାର ୩୨୬ନମ୍ବର ଜାତୀୟ ରାଜପଥ କଡରେ ଥିବା ଗଙ୍ଗା ଗ୍ୟାରେଜ ନିକଟସ୍ଥ ବିଦେଶୀ ଠିପ ବନ୍ଦ ମଦ ଦୋକାନ ନମ୍ବର -୪ ଓ ତା’ନିକଟରେ ଥିବା ୱାର୍ଡ ନମ୍ବର-୧୮ ଠିପି ବନ୍ଦ ମଦ ଦୋକାନ ବୁଧବାର ଦିନ ସକାଳ ୮ଟାରୁ ଖୋଲଯାଇଥିବା ଦେଖିବାକୁ ମିଳିଛି । ଯାହାକି ଏହି ମଦ ବ୍ୟବସାୟୀମାନେ ଅବକାରୀ ବିଭାଗର ନିୟମକୁ ମୋଡିମୋକଚି ବେଖାତିର ଭାବେ ନିଜ ବ୍ୟବସାୟ କରୁଛନ୍ତି ।
ବ୍ୟବସାୟୀଙ୍କ ନାମରେ କେସ ରୁଜୁ ସହ ଜୋରିମାନା ଆଦାୟ କରାଯିବ – ଅବକାରୀ ଅଧୀକ୍ଷକ
ମଦ ଦୋକାନଗୁଡିକ ସକାଳ ୮ଟାରୁ ଖୋଲାଯାଉଥିବାରୁ ଏହା ସ୍ଥାନୀୟ ଅଂଚଳରେ ବେଶୀମାତ୍ରାରେ କୁପ୍ରଭାବ ପକାଉଛି ବୋଲି ବୁଦ୍ଧିଜୀବି ମହଲରେ ଅସନ୍ତୋଷ ପ୍ରକାଶ ପାଉଛି । ସେହିପରି ଏ ନେଇ ଜିଲ୍ଳା ଅବକାରୀ ଅଧୀକ୍ଷକ ଦଣ୍ଡପାଣି ବେହେରାଙ୍କୁ ସକାଳୁ ମଦ ଖୋଲିବା ସଂପର୍କରେ ପଚାରିବାରୁ ସେ ଏହି ବିଷୟରେ ଅବଗତ ନ ଥିବା ବେଳେ ଗଣମାଧ୍ୟମରୁ ଖବର ପାଇବା ପରେ ଏହାର ତଦନ୍ତ କରି ଉକ୍ତ ଦୁଇ ଦୋକାନୀ ଉପରେ କେସ ରୁଜୁ କରିବା ସହ ୫ହଜାର ଟଙ୍କା ଲେଖାଁଏ ଜୋରିମାନା ଆଦାୟ କରାଯିବ ବୋଲି ସୂଚନା ଦେଇଛନ୍ତି ।
ରାୟଗଡା ଜିଲ୍ଳାରେ ବର୍ତମାନ ଠିପି ବନ୍ଦ ବିଦେଶୀ ମଦ ଦୋକାନ ୨୯ଟି, ଠିପି ଖୋଲା ବିଦେଶୀ ମଦ ଦୋକାନ ୧୧ଟି ଥିବା ବେଳେ ରାୟଗଡା ସହରରେ ୧୫ଟି ଠିପି ବନ୍ଦ ବିଦେଶୀ ମଦ ଦୋକାନରୁ ୧୪ଟି ଖୋଲା ରହିଛି ଏବଂ ୨ଟି ଠିପି ଖୋଲା ବିଦେଶୀ ମଦ ଦୋକାନ ରହିଛି । ସେହିପରି ଜିଲ୍ଳାରେ ୧୪ଟି ବାହାର ଭାଟି ଦେଶୀ ମଦ ଦୋକାନ ରହିଥିବା ଜିଲ୍ଳା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ରାୟଗଡାରୁ ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
Subscribe us on Youtube👇
Join our whatsapp group👇