ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ପକ୍ଷରୁ ‘ମିଶନ୍ ଲାଇଫ’ ପରିବେଶ ପାଇଁ ଜୀବନ ଶୈଳୀ ସଚେତନତା କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପରିବେଶ ହେଉଛି ଆମ ଜୀବନର ଆଧାର । ତେଣୁ ଏହାର ସୁରକ୍ଷା ଏବଂ ସଂରକ୍ଷଣ କରିବା ଆମର କର୍ତ୍ତବ୍ୟ । ଏହି ଉଦ୍ଦେଶ୍ୟକୁ ସମର୍ଥନ କରିବା ପାଇଁ ପ୍ରତିବର୍ଷ ଜୁନ୍ ୫ ତାରିଖରେ ‘ବିଶ୍ୱ ପରିବେଶ ଦିବସ’ ପାଳନ କରାଯାଏ । ଏହି ଆନ୍ତର୍ଜାତିକ ଦିବସର ଅବ୍ୟବହିତ ପୂର୍ବରୁ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ପକ୍ଷରୁ ନର୍ଲା ବ୍ଲକର ଶାନ୍ତପୁର ଓ ଡେଙ୍ଗେନ ଗାଁରେ ଅନୁଷ୍ଠିତ ହୋଇଯାଇଛି ଜନ ସଚେତନତା କାର୍ଯ୍ୟକ୍ରମ । ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଲେଖାପାଳ ଦୁତିଆ ବନଛୋର ଓ ଜିଲ୍ଲା ଯୁବ ଅଧିକାରୀ  ପ୍ରସନ୍ନ କୁମାର ମେହେରଙ୍କ ତତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମବାସୀ, ନିର୍ବାଚିତ ଜନପ୍ରତିନିଧି ଓ ଅନେକ ବିଶିଷ୍ଟ ବ୍ୟକ୍ତିମାନେ ସାମିଲ ହୋଇ ପରିବେଶର ସୁରକ୍ଷା ପାଇଁ ଜତ୍ନବାନ ହେବାକୁ ସପଥ ନେଇଥିଲେ । ଏହି ଅବସରରେ ଶାନ୍ତପୁର ଓ ଡେଙ୍ଗେନରେ ପରିବେଶ ସୁରକ୍ଷାକୁ ନେଇ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଥିଲା । ଅବନୀ ସାହୁ ଓ ବି.ଆର. ରାଜଗୁରୁ ନାଟକ ପରିଚାଳନା କରିଥିବାବେଳେ ଶେଷରେ ଜାତୀୟ ଯୁବ ସ୍ୱେଚ୍ଛାସେବୀ ନବୀନ ସାହୁ ଏବଂ ସୁଶିଲ ପଧାନ ସମସ୍ତଙ୍କୁ  ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.