ବାହାନଗା ଟ୍ରେନ ଦୁର୍ଘଟଣା ମୃତକଙ୍କ ସଦଗତି ପାଇଁ ଶୋକସଭା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡିର ଅଗ୍ରଣୀ ଅନୁଷ୍ଠାନ ‘ସେବା ଜଗତ’ ତରଫରୁ ଘଟିଥିବା ଦୁଃଖଦାୟକ ଟ୍ରେନ ଦୁର୍ଘଟଣାରେ ଜୀବନ ହାରିଥିବା ଲୋକ ମାନଙ୍କ ସ୍ମରଣରେ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ବୁରାଟ ଗ୍ରାମରେ ଅନୁଷ୍ଠିତ ହେଇ ଯାଇଛି । ସମ୍ପାଦକ ସତ୍ୟ ନାରାୟଣ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରା ଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ବିଭୂତି ଭୂଷଣ ମହାଖୁଡ଼, ବରିଷ୍ଠ ସାମ୍ବାଦିକ ଉଦ୍ଧବ ପଣ୍ଡା, ହେମନ୍ତ ସାହୁ, ସଂଯୁକ୍ତା ପୁରୋହିତ, ଶିକ୍ଷକ ଶମ୍ଭୁ ଭୂଷଣ ସାହୁ, ସିଆରପି ସବିତା ସ୍ୱାଇଁ, ସେବା ଜଗତ କର୍ମୀ କୌରବ ସାହୁ, ସୁନୀତା ତାଣ୍ଡି, ଶଙ୍କର ସୁନା, ଶିବ ପ୍ରସାଦ ବେହେରା, ଆରାଧ୍ୟା ବାରିକ, ବୁରାଟ ଗ୍ରାମବାସୀ କୃଷ୍ଣ ଚନ୍ଦ୍ର ଜେନା, ପୂର୍ଣ୍ଣ ଚନ୍ଦ୍ର ବିଶି, ନିରଞ୍ଜନ ବିଶି ପ୍ରମୁଖ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.