ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ମୃତକଙ୍କ ସଦଗତି କାମନା କରି ଖଲ୍ଲିକୋଟ ବ୍ଲକର କେଶପୁର ସ୍ଥିତ ଚିଲାକା କ୍ଲବର କର୍ମକର୍ତ୍ତା ଓ ସଭ୍ୟମାନେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାର କରି ମୃତକଙ୍କ ପରିବାରଙ୍କୁ ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ଏହି କ୍ୟାଣ୍ଡେଲ ଶୋଭାଯାତ୍ରାରେ କେଶପୁର ସରପଂଚ ବିଚିତ୍ର ଜାଲି, ଜିଲ୍ଲା ପରିଷଦ ସଭ୍ୟ ବିନାୟକ ଜାଲି, ଚିଲିକା କ୍ଲବର ସଭାପତି ବିଜୟ କୁମାର ଜାଲି, ସମିତି ସଭ୍ୟ ଉଲ୍ଲାସ ପରିଡା,ନନାଗେଶ୍ୱର ବାରିକ, ଦିବାକର ବେହେରା, କୃଷ୍ଣଚନ୍ଦ୍ର ପରିଡା, ପୂର୍ବତନ ସମିତି ସଭ୍ୟ ବାବୁଲା ପରିଡା, ରମେଶ ପରିଡା ସମେତ ଶତାଧିକ ଲୋକ ଅଂଶଗ୍ରହଣ କରିଥିଲେ।