ବଡ଼ମାଳ ଗୋଳାବାରୁଦ କାରଖାନାରେ କାର୍ଯ୍ୟ ସମିତି ନିର୍ବାଚନ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ବଡ଼ମାଳ ଗୋଳାବାରୁଦ କାରଖାନା ପରିସରରେ କାର୍ଯ୍ୟ ସମିତି ନିର୍ବାଚନ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ନିର୍ବାଚନରେ ଭାରତୀୟ ପ୍ରତିରକ୍ଷା ମଜଦୂର ସଂଘ ଦ୍ଵାରା ଅନୁବନ୍ଧିତ ୱର୍କର୍ ସଂଘରୁ ୪ ଜଣ ପ୍ରଦୀପ କୁମାର କର ୬୪୦ ଖଣ୍ଡ ଭୋଟ ପାଇଥିବା ବେଳେ ଅଶ୍ୱିନୀ ପାଢ଼ୀ ୬୬୨ ଖଣ୍ଡ , ଯୋଗେଶ କୁମାର ମେହେର ୬୪୮ ଖଣ୍ଡ ଓ ତ୍ରିନାଥ ଧରୁଆ ୬୨୧ ଖଣ୍ଡ ଭୋଟ ଏବଂ ଅଖିଳ ଭାରତୀୟ ଟ୍ରେଡ ୟୁନିୟନ କଂଗ୍ରେସ ଦ୍ଵାରା ଅନୁବନ୍ଧିତ କର୍ମଚାରୀ ସଂଘରୁ ସଞ୍ଜୀବ କୁମାର ବଗର୍ତ୍ତୀ ୬୫୦ ଖଣ୍ଡ ଭୋଟ AIDEF ଦ୍ଵାରା ଅନୁବନ୍ଧିତ ମଜଦୂର ସଂଘରୁ ଜୟସିଂ ନାୟକ ୬୮୯ ଖଣ୍ଡ ଓ ବଂଶୀଧର ଭୋଇ ୬୨୭ ଖଣ୍ଡ ଭୋଟ ପାଇଁ ଚଳିତ ନିର୍ବାଚନରେ ବିଜୟୀ ହୋଇଛନ୍ତି । ଏହି ନିର୍ବାଚନରେ ଭାରତୀୟ ପ୍ରତିରକ୍ଷା ମଜଦୂର ସଂଘ ଏବଂ ଅଖିଳ ଭାରତୀୟ ଟ୍ରେଡ୍ ୟୁନିୟନ କଂଗ୍ରେସ ମିଳିତ ଭାବେ ଲଢ଼ି ୭ ସିଟ୍ ରୁ ୫ ସିଟ୍ ପାଇ ବିଜୟୀ ହୋଇଥିବାରୁ ଆଖିଲ ଭାରତୀୟ ପ୍ରତିରକ୍ଷା ମଜଦୂର ସଂଘର ସମ୍ପାଦକ ରବୀନ୍ଦ୍ର କୁମାର ମିଶ୍ର, ୱାର୍କର୍ସ ସଂଘର ସଂଯୋଜକ ଅରୁଣ କୁମାର ପଟେଲ ସଭାପତି ହରିହର ସିଂହ ସାଧାରଣ ସମ୍ପାଦକ ବିଶ୍ବମ୍ବର ତ୍ରିପାଠୀ, ମିଳିତ ନିର୍ବାଚନ କମିଟିର ଚେୟାରମେନ ଭରତ ମାଝୀ ଓ କର୍ମଚାରୀ ସଂଘ ର ସଭାପତି କେଦାର ଚରଣ ବାରିକ୍ , ଉପ ସଭାପତି ପ୍ରଶାନ୍ତ ବେହେରା, ଯୁଗ୍ମ ସମ୍ପାଦକ ରାଜେଶ ନାୟକ, ସୁଶାନ୍ତ ତ୍ରିପାଠୀ ଓ ଲଳିତ ମାଝୀଙ୍କ ସମେତ ମିଳିତ ସଂଘର ସମସ୍ତ କର୍ମକର୍ତାମାନେ ଧନ୍ୟବାଦ ଦେଇଛନ୍ତି। ଓଡିଶାର ବାଲେଶ୍ୱର ନିକଟରେ ରେଲୱେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନଙ୍କ ପାଇଁ ସମବେଦନା ଜଣାଇ ବିଜୟ ଶୋଭାଯାତ୍ରାକୁ ସ୍ଥଗିତ ରଖିବାକୁ ସର୍ବସମ୍ବତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.