ଶିଶୁ ଶ୍ରମ ମୁକ୍ତ ଓଡିଶା ଆମର ସଂକଳ୍ପ ସଚେତନତା ରଥର ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଶିଶୁ ଶ୍ରମ ମୁକ୍ତ ଓଡିଶା ଗଠନ ଆମର ସଂକଳ୍ପର ପ୍ରଚାର ପ୍ରସାର ପାଇଁ ରାୟଗଡା ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଠାରେ ଆଜି ଏକ ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ଅତିରିକ୍ତ ଜିଲ୍ଳାପାଳ ଧର୍ମାନନ୍ଦ ବେହେରା ଓ ଜିଲ୍ଳା ଶ୍ରମ ଅଧିକାରିଣୀ ଶ୍ରୀମତି ଯଶ୍ମିନ ସାହୁ । ୧୪ବର୍ଷରୁ କମ ବୟସର ଶିଶୁଙ୍କୁ କୈାଣସି କାମରେ ନିୟୋଜିତ କରିବା ଏକ ଦଣ୍ଡନୀୟ ଅପରାଧ ହୋଇଥିବା ବେଳେ ୧୫ ରୁ ୧୮ବର୍ଷ ମଧ୍ୟରେ କିଶୋରଙ୍କୁ ବିପଦସଙ୍କୁଳ କାମରେ ନିୟୋଜନକୁ ମଧ୍ୟ ବାରଣ କରାଯାଇଛି । ଏପରି କାମ କରାଉଥିବା ବ୍ୟକ୍ତିଙ୍କୁ ୫୦ହଜାର ଟଙ୍କା ଯାଏଁ ଜୋରିମାନା ଦେବାକୁ ପଡିବ ବୋଲି ଜିଲ୍ଳା ଅଧିକାରିଣୀ ଯଶ୍ମିନ ସାହୁ ପ୍ରକାଶ କରିଥିବା ବେଳେ ଆଗାମୀ ୪ଦିନରେ ଜିଲ୍ଳାର ୧୧ଗୋଟି ବ୍ଳକରେ ଏହି ସଚେତନତା ରଥ ବୁଲି ଲୋକଙ୍କ ମଧ୍ୟରେ ଶିଶୁଙ୍କୁ ଶ୍ରମ ନୁହେଁ ଶିକ୍ଷା ପ୍ରଦାନ କରିବା ଆବଶ୍ୟକ ବୋଲି ସଚେତନତା ସୃଷ୍ଟି କରିବ ବୋଲି କହିଛନ୍ତି । ସେହିପରି ଗତବର୍ଷ ରାୟଗଡା ଜିଲ୍ଳାରୁ କେହି ବି ଶିଶୁ ଶ୍ରମିକ ଉଦ୍ଧାର ହୋଇ ନ ଥିବା ଜିଲ୍ଳା ଅଧିକାରିଣୀ ଶ୍ରୀମତି ସାହୁ ପ୍ରକାଶ କରିଛନ୍ତି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ସୁରକ୍ଷା ଅଧିକାରିଣୀ କାମାକ୍ଷୀ ମଂଜରୀ ପାଢୀ, ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ସାହୁ, ଜିଲ୍ଳା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁଶ୍ମିତା ବାଉରୀ, ସ୍ନେହଲତା ପାଢୀ, ରମେଶ ଚନ୍ଦ୍ର ନାୟକ, ଶ୍ରମ ନିରୀକ୍ଷକ ସଂଜୟ କୁମାର ରଇତଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.