ଝାରବନ୍ଧ ଶୈବପୀଠରେ ନୂତନ ପାର୍କ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ବିଶ୍ୱ ପରିବେଶ ଦିବସରେ କୋକସରା ବ୍ଲକ ବଡ଼କେନ୍ଦୁଗୁଡା ସ୍ଥିତ ଝାରବନ୍ଧଠାରେ ଥିବା ପ୍ରାଚୀନ କାଲେଶ୍ବର ଶୈବପୀଠରେ ସୋମବାର ନୂତନ ପାର୍କ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଏହାକୁ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, କାଉଡୋଳା ସରପଞ୍ଚ ଦେବୀସିଂ ତାଣ୍ଡି, ସମିତି ସଭ୍ୟା ବୈଦେହୀ ବେଶ୍ରା, ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗ, ମହିମା ସରପଞ୍ଚ ଈଶରାମ କୋଲଥିଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଏହି ଅବସରରେ କାଳେଶ୍ୱର ମହାଦେବ ଟ୍ରଷ୍ଟ ର ସଭାପତି ଆଦିତ୍ୟ ପଣ୍ଡାଙ୍କ ସଭାପତିତ୍ବରେ ମନ୍ଦିର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ପାର୍କ ପାଇଁ ୫୦ ଲକ୍ଷ ଅନୁଦାନ ରହିଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୧୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ସୂଚନା ରହିଛି। ଆଗକୁ ପ୍ରାଚୀନ କାଳେଶ୍ୱର ଶୈବପୀଠର ନୂତନ ରାସ୍ତା, ରୋଷେଇ ଗୃହ, ଭୋଗ ମଣ୍ଡପ କାମ କମ୍ ଦିନ ମଧ୍ୟରେ କରାଯିବ ବୋଲି ବୈଠକରେ ଉପାଧ୍ୟକ୍ଷ କହିଛନ୍ତି। ଟ୍ରଷ୍ଟର ସମ୍ପାଦକ କୈଳାସ ଚଲାନ, ସଦସ୍ୟ ନରେନ୍ଦ୍ର ନାଏକ, ବୈଷ୍ଣବ ନାଏକ, ସାଧୁ ବେମାଲ, ଲଲିତ ମାଝୀ, ବଳଦେବ ବେମାଲ ସମେତ ବଡକେନ୍ଦୁଗୁଡା, ବିଜମରା, ମୁଗୁନାପଦର, ଡୁଡୁକାଠେଙ୍ଗା, ଦର୍ଲିପଡା, ଗମ୍ଭାରୀଗୁଡା, ଚିକିଲି, କାଉଡୋଳା, କର୍ଲାଗୁଡା, ଟେମରା, ଡେଙ୍ଗାଗୁଡା, ମାଝୀଗୁଡା ଏଭଳି ୨୦ରୁ ଉର୍ଦ୍ଧ୍ବ ଗାଁ ରୁ ଶତାଧିକ ମହିଳା ଓ ପୁରୁଷମାନେ ଉପସ୍ଥିତ ଥିଲେ। ବୈଠକକୁ ପ୍ରଶନ୍ନ ନାଏକ ଓ ଅର୍ଜୁନ ଭାଟି ପରିଚାଳନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.