ନିର୍ବାଚନରେ ଲଢେଇ ପାଇଁ କଂଗ୍ରେସର ସ୍ଥିତକୁ ଆହୁରି ମଜବୁତ କରାଯିବ -ବିଭୂତି ଭୂଷଣ ମହାଖୁଡ଼ ପିସିସି ସଦସ୍ୟ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଜାତୀୟ କଂଗ୍ରେସର ଦଳୀୟ ସାଙ୍ଗଠନିକ ବୈଠକ ନର୍ଲା ବ୍ଲକ କଂଗ୍ରେସ ସଭାପତି ସମୀର ଚାନ୍ଦଙ୍କ ଅଧ୍ୟକ୍ଷତାରେ ନର୍ଲା ଡାକ ବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନର୍ଲା ନିର୍ବାଚନ ମଣ୍ଡଳୀର ସଭାପତି ନିରଜ ଶର୍ମା (ସାନୁ), ନର୍ଲା ଯୁବ କଂଗ୍ରେସ ସଭାପତି ଦୀପୁପାତ୍ର, ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ବିଭୂତି ଭୂଷଣ ମହାଖୁଡ଼, ଟିକେସନ ଦୀପ, ଜିଲ୍ଲା ମହିଳା ସଭାନେତ୍ରୀ ମାହେନ୍ଦ୍ରୀ ସାହୁ, ଜିଲ୍ଲା କଂଗ୍ରେସ କମିଟି ସଦସ୍ୟ ରଜନୀ କୁମାର, ନର୍ଲା ବ୍ଲକ ଉପସଭାପତି ସୁଦାମ ଚରଣ ପଧାନ, ନର୍ଲା ମହିଳା କଂଗ୍ରେସର ମମିତା ସାହୁ, ସୁରେଶ ଚୌଧୁରୀ, ପ୍ରକାଶ ମାଝୀ, ଭଗବାନ ସାହୁ, ତନୁ ମାଝୀ,ମଳୟ ଦାସ, ବଳରାମ ମାଝୀ, ରାଜକୁମାର ସରାଫ, ଆଦିତ୍ୟ ସାହୁ, ସନ୍ତୋଷ ମାଝୀ, ନିତିନ ବାଗ ଙ୍କ ସମେତ ସମସ୍ତ ଗ୍ରାମ ପଞ୍ଚାୟତ ର ସଭାପତି ଓ ସଂପାଦକ ମାନେ ଏଥିରେ ଯୋଗଦାନ କରିଥିଲେ । ପ୍ରଥମେ ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା ପରେ ସଭକାର୍ଯ୍ୟ ଆରମ୍ଭ ହୋଇଥିଲା ସଭାପତି ଶ୍ରୀ ଚାନ୍ଦ ସ୍ୱଗାତ ଭାଷଣ ପ୍ରଦାନ କରିବା ସହ ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଏଥିପାଇଁ ଦଳୀୟ ସାଙ୍ଗଠନିକ ସ୍ଥିତି ସୁଦୃଢ କରିବା ଏକାନ୍ତ ଆବଶ୍ୟକ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ବହୁ ଅନୁଭବୀ ପିସିସି ସଦସ୍ୟ ଶ୍ରୀ ମହାଖୁଡ଼ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ସ୍ଥିତି ସମୀକ୍ଷା କରିବା ସହିତ ଉପସ୍ଥିତ କର୍ମୀ ମାନଙ୍କୁ ସାଙ୍ଗଠନିକ ସ୍ଥିତିକୁ ଆହୁରି ମଜବୁତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏଥିରେ ସାଙ୍ଗଠନିକ ଆଲୋଚନା ସହ ଦଳୀୟ ଅନ୍ୟାନ୍ୟ ଆନୁସଙ୍ଗିକ ବିଷୟ ଉପରେ ଆଲୋଚନା ହୋଇଥିଲା । ଉପସ୍ଥିତ ସଦସ୍ୟ ମାନେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରାଜନୀକୁମାର ଧନ୍ୟବାଦ ଅର୍ପଣ କରିଥିଲେ ।