ସପ୍ତାହେ ହେଲାଣି ନଳକୂପ ଅଚଳ, ପାଣି ମୁନ୍ଦାଏ ପାଇଁ ହନ୍ତସନ୍ତ ଗ୍ରାମବାସୀ 

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ଦୀର୍ଘ ୧ ସପ୍ତାହରୁ ଉର୍ଦ୍ଧ୍ବ ହେଲାଣି ସୋନପୁର ବ୍ଲକ ଅନ୍ତର୍ଗତ ମଲ୍ଲିକମୁଣ୍ଡା ପଞ୍ଚାୟତର ଦେଉଳି ଗ୍ରାମର ମଝିରେ ଥିବା ନଳକୂପଟି ଅଚଳ ହୋଇ ପଡିରହିଛି । ଏବାବଦରେ ମଲ୍ଲିକମୁଣ୍ଡା ପଞ୍ଚାୟତ କର୍ତ୍ତୁପକ୍ଷଙ୍କୁ ଗ୍ରାମବାସୀ ଅଭିଯୋଗ କରିବା ପରେ ମଧ୍ଯ ଏ ପର୍ଯ୍ୟନ୍ତ ନଳକୂପ ମରାମତି ହୋଇ ପାରିଲା ନାହିଁ । ଗୋଟିଏ ପଟେ ପ୍ରଚଣ୍ଡ ରୌଦ୍ରତାପରେ ଗ୍ରାମବାସୀ ଅତିଷ୍ଠ ହୋଇ ପଡୁଥିବା ବେଳେ ତା ଠାରୁ ବଳି ଯାଇଛି ପାନୀୟ ଜଳ ସଙ୍କଟ । ପିଇବା ପାଣି ମୁନ୍ଦିଏ ପାଇଁ ଗ୍ରାମବାସୀ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଯଥାଶୀଘ୍ର ନଳକୂପଟି ମରାମତି କରି ଗ୍ରାମବାସୀଙ୍କୁ ଜଳ ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ଦାବି କରୁଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.