ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ ଆଜି ମ.ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମେଳନ ମ.ରାମପୁରର ସହଯୋଗ କ୍ରମେ ରକ୍ତ ଦାନ ଶିବିର ଅନୁଷ୍ଠିତ ହେଇ ଯାଇଚି । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଯୋଗ ଦେଇ ଶିବିରକୁ ଉଦ୍ଘାଟନ କରିଥିଲେ । ଏହି ଶିବିରରେ ୫୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ରକ୍ତ ସଂଗ୍ରହ ଭବାନୀପାଟଣା ରକ୍ତ ଭଣ୍ଡାର ର ଟେକ୍ନିଶିଆନ ଡମ୍ବରୁଧର ସାହୁ, ଡୋଳାମଣି ମାଝୀ, ସହଯୋଗୀ ବୃକୋଦର ଚନ୍ଦନ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । ମାରୱାଡ଼ି ଯୁବା ମଞ୍ଚର ସଭାପତି ଜୟ କୁମାର ମିତ୍ତଲ, ସମ୍ପାଦକ ପ୍ରତୀକ କୁମାର ଅଗ୍ରୱାଲ, ଆବାହକ ସୁମିତ୍ କୁମାର ଅଗ୍ରୱାଲ ଏବଂ ଭାରତ ଭୁଷଣ ଜୈନ, ନବୀନ ଅଗ୍ରୱାଲ, ପପୁ ଅଗ୍ରୱାଲ, ନସିବ ଜିନ୍ଦଲ, ରାଜ କୁମାର ମିତ୍ତ ଲ, ଅଙ୍କିତ ଅଗ୍ରୱାଲ, ସାର୍ଥକ ଅଗ୍ରୱାଲ, ଆର୍ୟାନ ମିତ୍ତାଲ, କମଲ୍ ଅଗ୍ରୱାଲ, ଏବଂ ମଞ୍ଚର ସମସ୍ତ ସଦସ୍ୟ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।