ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ସ୍ୱଚ୍ଛତା ଓ ପଲିଥିନ ମୁକ୍ତ ଅଭିଯାନ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସ୍ୱଚ୍ଛଭାରତ ସଂଗଠନ ସୋନପୁର-ମନମୁଣ୍ଡା ପକ୍ଷରୁ ଆଜି ସହରର ମହାନଦୀ ବ୍ରିଜ ନିକଟସ୍ଥ ବୁଢାରଜା ମନ୍ଦିରରେ ସଫେଇ ଓ ପଲିଥିନ ମୁକ୍ତ ଅଭିଯାନ କରାଯାଇଛି l ସଂଗଠନର ଉଦ୍ୟୋକ୍ତା ସୟଦ ଅଲିମୁଲ ଇସଲାମଙ୍କ ପରାମର୍ଶ କ୍ରମେ ଉପଦେଷ୍ଠା ଗରିବ ଲୋଇ, ଓ ଉପ ସଭାନେତ୍ରୀ ଇନ୍ଦୁମତୀ ପୁରୋହିତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ପ୍ରହଲ୍ଲାଦ ମିଶ୍ର, ରାମଚନ୍ଦ୍ର ଅଗ୍ରୱାଲା, ପ୍ରତାପ ଦାଶ, ଜୟନାରାଣ ସାହୁ, ସୁଶାନ୍ତ ସାହୁ, ତରଣି ମେହେର, ଲଡ଼ୁକିଶୋର ମଲ୍ଲିକ, ପ୍ରମୋଦ ସାହୁ, ପ୍ରଫୁଲ୍ଲ ନାଏକ, ନାରାୟଣ ରଥ, ଜୟନ୍ତ ବେହେରା, କଳାକାଁହୁ ଦାଶ, ରୋମୁ ତିୱାର, ଦିଲ୍ଲୀପ ଭୁକ୍ତା, ସିମାଞ୍ଚଳ ହୋତା, ତ୍ରିଲୋଚନ ତରିଆ, କ୍ରିଷ୍ଣା ମେହେର, ପ୍ରମୁଖ ସାମିଲ ଥିଲେ । କୋଡିନେଟର ମନୋରଞ୍ଜନ ତ୍ରିପାଠୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ l ପ୍ରକାଶ ଥାଉ କି ଯେ ୨୦୧୪ ରୁ ଏହି ସଂଗଠନର କର୍ମକର୍ତ୍ତା ତେଲ ବ୍ରିଜର ବାଲି ସଫେଇ ସହିତ ଲଗାତାର ଭାବେ ସହର, ଜ଼ିଲ୍ଲା ତଥା ଓଡିଶାର ଅନେକ ପର୍ଯ୍ୟଟନସ୍ଥଳୀରେ ଜ଼ିଲ୍ଲା ପ୍ରଶାସନ ଓ ବିଭିନ୍ନ ଅନୁଷ୍ଠାନକୁ ସାମିଲ କରି ସ୍ୱଚ୍ଛତା ଅଭିଯାନ, ପରିବେଶ ସୁରକ୍ଷା, ରକ୍ତ ଦାନ ସଚେତନତା ସମେତ ପଲିଥିନ ମୁକ୍ତ ଅଭିଯାନ ଆୟୋଜନ କରି ସାଧାରଣ ଜନତାଙ୍କୁ ସଚେତନତାର ବାର୍ତ୍ତା ଦେଇ ଆସୁଛନ୍ତି l ହିନ୍ଦୁ, ମୁସଲିମ, ଖ୍ରୀଷ୍ଟୟାନ ଏକାଠି ହୋଇ ସର୍ବ ଧର୍ମର ସମ୍ମନ୍ୱୟ ରଖି ସାରା ବିଶ୍ୱକୁ ଭାଇଚାରାର ଏକ ସ୍ୱତନ୍ତ୍ର ବାର୍ତ୍ତା ପହଞ୍ଚାଇଛନ୍ତି l ଏବଂ ଗ୍ରୀଷ୍ମ କାଳରେ ଜଳଛତ୍ର ଆୟୋଜନ ସମେତ ଅନେକ ସାମାଜିକ କାର୍ଯ୍ୟ ରେ ସାମିଲ ହୋଇ ଜନତା ଓ ପ୍ରଶାସନରେ ପ୍ରଶଂସିତ ହୋଇ ଆସୁଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.