ପ୍ରଥମ ବୋଲର ଭାବେ କ୍ରମାଗତ ୧୦୦ ଟେଷ୍ଟ ଖେଳିଲେ ନାଥାନ ଲାୟନ

ଓଡ଼ିଆ ବାର୍ତ୍ତା/ ମେଲବୋର୍ଣ୍ଣ: ଚଳିତ ଆଶେସ ସିରିଜର ଦ୍ୱିତୀୟ କ୍ରିକେଟ ଟେଷ୍ଟ ଅବସରରେ ଅଷ୍ଟ୍ରେଲିଆର ସ୍ପିନର ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ପ୍ରଥମ ବୋଲର ଭାବେ କ୍ରମାଗତ ୧୦୦ ଟେଷ୍ଟ ଖେଳିଛନ୍ତି । ତାଙ୍କ ପୂର୍ବରୁ ଆଲିଷ୍ଟର କୁକ(୧୫୯), ଆଲାନ ବର୍ଡର(୧୫୩), ମାର୍କ ୱ (୧୦୭), ସୁନୀଲ ଗାଭାସ୍କର (୧୦୬)ଓ ବ୍ରାଣ୍ଡେନ ମ୍ୟାକକୁଲାମ (୧୦୧) ଏହି ରେକର୍ଡର ଅଧିକାରୀ ହୋଇଥିଲେ । ଏହି ସମସ୍ତ ଖେଳାଳି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଲାୟନ ପ୍ରଥମ ବୋଲର ଭାବେ ସ୍ଥାନ ପାଇଛନ୍ତି । ଏହି ଅବସରରେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ କୁମିନ୍ସ ଜାତୀୟ ଦଳ ପ୍ରତି ଲାୟନଙ୍କ ଯୋଗଦାନକୁ ଭୂୟସୀ ପ୍ରଶଂସା କରିଛନ୍ତି । ଲାୟନ ୧୨୧ ଟେଷ୍ଟ ଖେଳି ୩୦.୯୯ ଆଭରେଜରେ ୪୯୫ ୱିକେଟ ଅକ୍ତିଆର କରିଛନ୍ତି । ଗୋଟିଏ ଇନିଂସରେ ୮/୫୦ ଓ ମ୍ୟାଚରେ ୧୩/୧୫୪ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ରହିଛି । ମୁଁ କ୍ରିକେଟକୁ ଭଲ ପାଏ, ମୋ ବୋଲିଂରେ ବିଶେଷ ପରିବର୍ତନ ନ କରି ଭଲ ପ୍ରଦର୍ଶନ କରିବାକୁ ଉଦ୍ୟମ କରିଥାଏ ବୋଲି ଲାୟନ କହିଛନ୍ତି । ଚଳିତ ଆଶେସ ସିରିଜରେ ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚରେ ବିଜୟ ହାସଲ କରି ୧-୦ରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି । ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲୀ ଆଘାତ ସମସ୍ୟା ଯୋଗୁ ଚୂଡାନ୍ତ ଏକାଦଶରୁ ବାଦ ପଡିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.