ଅବସରପ୍ରାପ୍ତ ଶିକ୍ଷକ ଟିକେରାମ ନାଏକଙ୍କ ସମ୍ବର୍ଦ୍ଧନା ସମାରୋହ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ବାଙ୍କେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଟିକେରାମ ନାଏକ ତାଙ୍କ ଚାକିରି ଜୀବନରୁ ଅବସର ଗ୍ରହଣ କରିଛନ୍ତି। ଛାତ୍ରବତ୍ସଳ ଶିକ୍ଷକ ଭାବେ ଛାତ୍ରଛାତ୍ରୀମାନଙ୍କ ପ୍ରୀୟ ଥିବା ଶ୍ରୀ ନାଏକ ତାଙ୍କର ଚାକିରି ଜୀବନରେ ଅନେକ ଉତ୍ତମ ଶିକ୍ଷାର୍ଥୀ ନିର୍ମାଣ କରି ପାରିଛନ୍ତି। ଏହାସହ ୧୯୮୨ ମସିହାରୁ ଯୋଗ ଶିକ୍ଷକ ଭାବେ ସେ ଅଞ୍ଚଳରେ ସୁପରିଚିତ। ଏହାସହ ସେ ଜୟଦୁର୍ଗା ହାଇସ୍କୁଲ ନର୍ଲାରୋଡରେ ମଧ୍ୟ ସେ ୧୩ ବର୍ଷ ଇଂରାଜୀ ଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ। ଏହାପରେ ୨୨ ବର୍ଷ ସେ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରି ଶୁକ୍ରବାର ସେ ନିଜ ଚାକିରି ଜୀବନରୁ ଅବସର ଗ୍ରହଣ କରିଛନ୍ତି। ଶନିବାର ସନ୍ଧ୍ୟାରେ ତାଙ୍କ ପୁଜିପଦର ସ୍ଥିତ ବାସଭବନରେ ଏକ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ ଓ ତାଙ୍କ ଧର୍ମପତ୍ନୀ ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନା ରାଣୀ ଧଙ୍ଗଡାମାଝୀ ଉପସ୍ଥିତ ରହି ଶ୍ରୀ ନାଏକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବାସହ ତାଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷା ବିଭାଗର ଅବସରପ୍ରାପ୍ତ ଏସଆଇ ଜୀବର୍ଦ୍ଧନ ପଧାନ, ଧରଣୀଧର ବିଶ୍ବାଳ, ଟିକେରାମ ନାଏକଙ୍କ ମିତ ଫାଲଗୁନି ନାଏକ, ବଡଭାଇ ଜୀମୁତ ନାଏକ, ଫଟୁଲାଲ ନାଏକ, ବନ୍ଧୁ ପରିଜନ, ପରିବାରବର୍ଗ ଓ ଶୁଭେଚ୍ଛୁମାନେ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.