ଅସରାଏ ବର୍ଷାରେ ମାରୁତି ନଗର ରାସ୍ତା ବେହାଲ, ପକ୍କା ରାସ୍ତା ନିର୍ମାଣ ଦାବି

ଓଡିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ଲୋକଙ୍କ ଯାତାୟାତ କୁ ସୁଗମ କରିବା ଲକ୍ଷ୍ଯରେ ସରକାର ବିଭିନ୍ନ ଯୋଜନାରେ ବିପୁଳ ଅର୍ଥ ବ୍ୟୟ କରୁଛନ୍ତି। କିନ୍ତୁ ସୋନପୁର ସହରାଞ୍ଚଳରେ ଯୋଗାଯୋଗ କ୍ଷେତ୍ରରେ ଆଖିଦୃଶିଆ ଉନ୍ନତି ପରିଲକ୍ଷିତ ହୋଇ ପାରିନାହିଁ। ସୋନପୁର ସହରର ପଟାଭାଡି ସ୍ଥିତ କୋଶଳ ଆବାସିକ ବିଦ୍ୟାଳୟ ସମ୍ମୁଖରୁ ମାରୁତି ନଗର ପ୍ରାୟ ୨୦୦ ମିଟର ରାସ୍ତା ଅସରାଏ ବର୍ଷାରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ଏହି ସାହିରେ ଶତାଧିକ ଲୋକ ବସବାସ କରୁଥିଲେ ମଧ୍ଯ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତା ଖଣ୍ଡିଏ ନିର୍ମାଣ ହୋଇପାରିନାହିଁ। ସ୍ଥାନୀୟ ଲୋକେ ପ୍ରଶାସନ ନିକଟରେ ବାରମ୍ବାର ରାସ୍ତା ନିର୍ମାଣ ପାଇଁ ଦାବି କରି ଆସୁଥିଲେ ମଧ୍ଯ କେହି କର୍ଣ୍ଣପାତ କରୁନଥିବା ଅଭିଯାଗ ହୋଇଛି। ଅନ୍ୟପଟେ ଏହି ସାହିରେ କୋଶଳ ଆବାସିକ ବିଦ୍ୟାଳୟ ର ହଷ୍ଟେଲ ରହିଥିବା ବେଳେ ଛାତ୍ରଛାତ୍ରୀମାନେ ଯିବା ଆସିବାରେ ବାଧା ସୃଷ୍ଟି ହେଉଛି। ରାସ୍ତାର ଏପରି ଅବସ୍ଥା ଯୋଗୁଁ ଆମ୍ବୁଲାନ୍ସ ଆସିବା ତ ଦୂରର କଥା ସାଇକେଲ ଓ ବାଇକ ଆରୋହୀଙ୍କୁ ଯିବା ଆସିବା ସମୟରେ କଷ୍ଟକର ହୋଇପଡିଛି। ରାସ୍ତାର ଏପରି ଶୋଚନୀୟ ଅବସ୍ଥା ସରକାରୀ ଯୋଜନାର ସଫଳତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜନୈତିକ ଇଛାଶକ୍ତି ଓ ପ୍ରଶାସନିକ ଆନ୍ତରିକତାର ଅଭାବ ଅଞ୍ଚଳର ବିକାଶରେ ବାଧକ ସାଜିଥିବା ବୃଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଜିଲ୍ଲା ପ୍ରଶାସନ ତୁରନ୍ତ ରାସ୍ତା ମରାମତି ପାଇଁ ଆବଶ୍ଯକ ପଦକ୍ଷେପ ଗ୍ରହଣ କରିବା ସଙ୍ଗେ ସଙ୍ଗେ ବର୍ଷା ଋତୁ ସମାପ୍ତ ପରେ ପକ୍କା ରାସ୍ତା ନିର୍ମାଣ ପାଇଁ ଦାବି ହେଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.