ଉତ୍ତରାଖଣ୍ଡରେ କଂଗ୍ରେସକୁ ରୋକିବାକୁ ଦିଲ୍ଲୀରେ ଅଙ୍କ କଷିବ ବିଜେପି!

ଉତ୍ତରାଖଣ୍ଡ ଉପରେ ଏବେ ଉଭୟ ଜାତୀୟ ଦଳ ଫୋକସ କରିବା ଆରମ୍ଭ କରିଛନ୍ତି। କିଛି ଦିନ ତଳେ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ଉତ୍ତରାଖଣ୍ଡ କଂଗ୍ରେସ ନେତୃତ୍ୱ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବା ସହ ରାଜ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ରାସ୍ତାକୁ ଓଲ୍ହାଇଵାକୁ ପରାମର୍ଶ ଦେଇଥିଲେ।

Omkar Vasthu
Omkar Vasthu

ଏହାର ମାତ୍ର ଦିନ କେଇଟା ନ ପୁରୁଣୁ ଉତ୍ତରାଖଣ୍ଡରେ କଂଗ୍ରେସ ରାସ୍ତାକୁ ଓଲ୍ହାଇଛି। ମହିଳା ରିସେପସନିଷ୍ଟ ଅଙ୍କିତା ଭଣ୍ଡାରୀ ହତ୍ୟା ଘଟଣାରେ ମୃତକଙ୍କୁ ନ୍ୟାୟ ଓ ଅଗ୍ନିବୀର ଯୋଜନା ବିରୋଧରେ କଂଗ୍ରେସ ପକ୍ଷରୁ ବିରୋଧ ପଦଯାତ୍ରା କରାଯାଇଛି।

Pearl dental clinic
Near Ashish Medical Store, Bhawanipatna

ଏହାକୁ ବିରୋଧ କରି ରାଜ୍ୟରେ ଦେଢ଼ ସହ କିଲୋମିଟର ଯାତ୍ରା କରାଯାଇଛି। ସ୍ୱାଭିମାନ ନ୍ୟାୟ ଯାତ୍ରା ନାଁ ରେ ଆୟୋଜିତ ଏହି ପଦଯାତ୍ରାରେ କଂଗ୍ରେସର ବରିଷ୍ଠ ନେତାମାନେ ସାମିଲ ହୋଇଥିଲେ।

Udyog Nursery
Udyogi Nursery

ଉତ୍ତରାଖଣ୍ଡରେ ଅଗ୍ନିବୀର ଓ ଅଙ୍କିତା ହତ୍ୟା ଘଟଣାକୁ ନେଇ ବଡ଼ ବାତାବରଣ ପ୍ରସ୍ତୁତ କରିବାକୁ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ କହିଥିଲେ। ଯାହାର ପ୍ରତିଫଳନ ଦେଖିବାକୁ ମିଳିଛି।

ସେପଟେ ବିଜେପି ମଧ୍ୟ ଉତ୍ତରାଖଣ୍ଡକୁ ନେଇ ସିରିୟସ ମୋଡ଼କୁ ଆସିଛି। ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ବିଜେପି ପକ୍ଷରୁ ଉତ୍ତରାଖଣ୍ଡ ନେତାଙ୍କ ବୈଠକ ଦିଲ୍ଲୀରେ ରଖାଯାଇଛି। ଦଳର ସାଙ୍ଗଠନିକ ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା ହେବ। ଉତ୍ତରାଖଣ୍ଡ ବିଜେପି ନେତା ମାନବୀର ଚୌହାନ ଏ ନେଇ ସୂଚନା ଦେଇଛନ୍ତି।

ଦଳର ସମସ୍ତ ସାଂସଦଙ୍କ ସହ ମୁଖ୍ୟମନ୍ତ୍ରୀ ପୁସ୍କର ସିଂ ଧାମି ଓ ଉତ୍ତରାଖଣ୍ଡ ବିଜେପି ସଭାପତି ମହେନ୍ଦ୍ର ଭଟ ପ୍ରମୁଖ ବୈଠକରେ ଯୋଗ ଦେବେ। ଦଳର ସାଂସଦଙ୍କୁ ସାଙ୍ଗଠନିକ କାର୍ଯ୍ୟରେ ଲଗାଇବା ସମ୍ପର୍କରେ ଚର୍ଚ୍ଚା ହେବ ବୋଲି କୁହାଯାଉଛି।

ବୁଥ ସ୍ତରରେ ଦଳ ପକ୍ଷରୁ ବ୍ୟାପକ ଜନସମ୍ପର୍କ ଅଭିଯାନ ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେବ। କଂଗ୍ରେସ ଉତ୍ତରାଖଣ୍ଡ କୁ ଫୋକସ କରି କାର୍ଯ୍ୟ ଆରମ୍ଭ କରିବା ପରେ ବିଜେପି କଡା ଟକ୍କର ଦେବାକୁ ଯୋଜନା କରୁଛି। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.