ଏଠାରେ ଗାଈ, ମଇଁଷି ଓ ବଳଦକୁ ମିଳିଥାଏ ଛୁଟି

ଓଡ଼ିଆ ବାର୍ତ୍ତା/ ଲାତେହାର: କର୍ମମୟ ଜୀବନରେ ଛୁଟିର ଆବଶ୍ୟକତା ରହିଥାଏ । ସେଥିପାଇଁ ଶ୍ରେଷ୍ଠ ପ୍ରାଣୀ ମଣିଷ ସପ୍ତାହରେ ଅତି କମରେ ଗୋଟିଏ ଦିନ ଛୁଟି ଥାଏ । ସ୍କୁଲ, କଲେଜ ଠାରୁ ଆରମ୍ଭ କରି ସମସ୍ତ ଅନୁଷ୍ଠାନ ରବିବାର ଦିନ ବନ୍ଦ ରହିଥାଏ । ତେବେ ମଣିଷ କାର୍ଯ୍ୟରେ ନିୟୋଜିତ ଫାଇଦା ପଂହଚାଉଥିବା ଜୀବ ଜନ୍ତୁଙ୍କ ବିଶ୍ରାମ କଥା ପ୍ରାୟତଃ ଅନେକ ଭୁଲି ଯାଆନ୍ତି । ବିଳମ୍ବରେ ହେଉ ପଛେ ଏହି କଥା ଝାଡଖଣ୍ଡବାସୀଙ୍କ ମୁଣ୍ଡରେ ପଶିଛି । ଲାତେହାର ଗ୍ରାମର ବାସିନ୍ଦାମାନେ ବହୁତ ଚିନ୍ତା କରିବା ପରେ ଗାଈ, ମଇଁଷି ବଳଦଙ୍କୁ ଦିନେ ବିଶ୍ରାମ ଦେବା ପାଇଁ ବିଚାର କରଥିଲେ । ଥରେ କ୍ଷେତରେ କାମ କରୁଥିବା ବେଳେ ଗୋଟିଏ ବଳଦର ମୃତ୍ୟୁ ଘଟିଥିଲା । ଏହା ସମସ୍ତଙ୍କୁ ବାଧିଥିଲା । ସେମାନଙ୍କ ଭୁଲ ଯୋଗୁ ନିରୀହ ପ୍ରାଣୀର ଜୀବନ ଯାଇଥିବା ବିଚାର କରିବା ପରେ ଉପରୋକ୍ତ ପଦକ୍ଷେପ ଗ୍ରହଣ କରିଥିଲେ । ଧିରେ ଧିରେ ଏହା ଏକ ପରମ୍ପରାରେ ପାଲଟିଯାଇଛି । ସପ୍ତାହରେ ଗୋଟିଏ ଦିନ ସେମାନଙ୍କୁ ବିଶ୍ରାମ ଦେବା ସହ ସ୍ୱାସ୍ଥ୍ୟ ଚେକଅପ ଏବଂ ଭଲ ଖାଦ୍ୟ ପାନୀୟର ବ୍ୟବସ୍ଥା କରନ୍ତି ।

Omkar Vasthu
Omkar Vasthu

ଏହାର ପ୍ରଭାବ ଅନ୍ୟ ଗ୍ରାମଗୁଡିକରେ ପଡିବାକୁ ଲାଗିଲା । ହରଖା, ମୁଙ୍ଗର, ଲାଲଗାଡି ଓ ପକାରର ଗ୍ରାମରେ ମଧ୍ୟ ଏହି ନିୟମ ଲାଗୁ କରାଗଲା । ଏହି ଖବର ପ୍ରସାରିତ ହେବା ପରେ ଅନ୍ୟ ରାଜ୍ୟଗୁଡିକରେ ମଧ୍ୟ ପ୍ରଭାବ ପରିଲକ୍ଷିତ ହେଉଛି । ଉପକାର ପାଉଥିବା ପଶୁକୁ ଆମେ କିପରି ଯନ୍ତ୍ରଣା ଦେବା, ଏହି ଚିନ୍ତା ମୁଣ୍ଡରେ ପଶିଛି । ଏହା ଦ୍ୱାରା ଗୃହପାଳିତ ପଶୁମାନେ ସୁସ୍ଥ ରହିବା ସହ ଆଗ୍ରହରେ କାମ କରିଥାନ୍ତି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.