ନବନିର୍ମାଣ ସ୍ବରାଜ ସରକାର ପକ୍ଷରୁ ପ୍ରାୟଶ୍ଚିତ ସତ୍ୟାଗ୍ରହ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ‘ନବନିର୍ମାଣ ସ୍ବରାଜ ସରକାର’ ଓଡିଶାର କୃଷକ ମାନଙ୍କ ଆର୍ଥିକ ଦୂରବସ୍ଥା ଦୁରକରି ଚାଷୀକୁ ତା’ର ହକ ଦେବାପାଇଁ ସମଗ୍ର ଓଡିଶାରେ ଆଗକୁ ଆସି  ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାୟଶ୍ଚିତ ସତ୍ୟାଗ୍ରହ ଆରମ୍ଭ କରିଛି। ସେ ହିସାବରେ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ନବନିର୍ମାଣ ସ୍ଵରାଜ ସରକାରର ଜିଲ୍ଲା ଉପଦେଷ୍ଟା ରାଜେନ୍ଦ୍ର ମିଶ୍ରଙ୍କ ନେତୃତ୍ବରେ ଆଜି ସତ୍ୟାଗ୍ରହରେ ବସିଥିଲେ। ସମଗ୍ର ଚାଷୀକୂଳ ଅର୍ଥନୀତିର ଏକ ଅସଂଗଠିତ ଶ୍ରେଣୀ ଓ ଅବହେଳିତ ମଧ୍ଯ ତେଣୁ ସେମାନଙ୍କୁ ସଂଗଠିତ କରି କୃଷକ ପାଇଁ ପ୍ରାଇସ, ପ୍ରେଷ୍ଟିଜ, ପେନସନ ନାରାରେ ସେମାନଙ୍କ ଆର୍ଥିକ, ସାମାଜିକ ଏବଂ ରାଜନୈତିକ ସ୍ଥିତି ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ରାଜଧାନୀକୁ ଚାଷୀମାନଙ୍କୁ ଆଣିବାକୁ ବାରମ୍ବାର ଉଦ୍ୟମ କରାଯାଉଛି କିନ୍ତୁ ସରକାର ଆଇନର ଦୁର୍ବ୍ଯବହାର କରି ବଳ ପ୍ରୟୋଗ ପୂର୍ବକ ନବନିର୍ମାଣ କୃଷକ ସଂଗଠନର ଏ ଉଦ୍ଯମକୁ ପ୍ରତିହତ କରି ରାଜଧାନୀକୁ ପଶିବାକୁ ଦେଲେ ନାହିଁ । ରାଜ୍ଯର ଚୌକିଦାର ଠାରୁ ଅଙ୍ଗନବାଡି କର୍ମୀ ପର୍ଯ୍ଯନ୍ତ ସମସ୍ତଙ୍କର ରାଜଧାନୀରେ ବିଧାନସଭା ଘେରାଉ କରିବାର ଅଧିକାର ଅଛି କିନ୍ତୁ କେବଳ ଚାଷୀଙ୍କୁ ମନା କାହିଁକି ? ଚାଷୀଙ୍କୁ ସରକାର ନିକୃଷ୍ଟ ଦେଖି ଦସ୍ଯୁ ବିବେଚନା କରି ରାଜଧାନୀରୁ ଘଉଡାଇ ଦେଲେ । ସରକାରୀ ତହବିଲରୁ ଥୋପ ଦେଇ ଚାଷୀର ସଂଗଠନକୁ ପ୍ରତିହତ କରିବାର ଉଦ୍ୟମ କଲେ । ତେଣୁ ଚାଷୀକୁ ତାର ଅଧିକାର ହାସଲ କରେଇବାକୁ ନବନିର୍ମାଣ ସ୍ବରାଜ ସରକାର ଏକ ରାଜନୈତିକ ବିକଳ୍ପ ଭାବରେ ଆଜି ଉଭା ହୋଇଛି ଯାହାକି ୮୦ ଭାଗ ଚାଷୀ ଙ୍କ ଏକ ରାଜନୈତିକ ମେରୁଦଣ୍ଡ । ଦୀର୍ଘ ୨୩ ବର୍ଷ ଯଦି ଗୋଟିଏ ବ୍ଯକ୍ତି/ ସରକାର ରାଜ୍ୟରେ ଶାସନରେ ରହେ ରାଜ୍ୟ ଏକଛତ୍ରବାଦ ଆଡକୁ ଟାଣି ହୋଇଯିବା ସ୍ବାଭାବିକ ଓ ଯାହା ଏବେ ଓଡିଶାରେ ଦେଖା ଦେଇଛି ।ଲୌକିକ ଗଣତନ୍ତ୍ରରେ ଅଲୌକିକ ଏକଛତ୍ରବାଦ୍ ସ୍ପଷ୍ଟ ଏଠାରେ ଇଂରେଜ କାଳର ସାହେବୀ ଶାସନର ପ୍ରତ୍ଯାବର୍ତ୍ତନ ଘଟିଛି । ପ୍ରଶାସନିକ ସ୍ଵେଚ୍ଛାଚାର ବଢୁଛି ଓ ଦୁର୍ନୀତି ଚରମ ସୀମାରେ ଥିବା ବେଳେ ଧର୍ଷଣ, ବଳାତ୍କାର ରେ ନେତା ମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ସହଯୋଗ ସତେ ଯେମିତି ରାଜ ରାଜୁଡ଼ା ଦାସୀ ପ୍ରଥା ପରି ଲାଗୁଛି। ଥୋପ ଦେଇ ଭୋଟ ହାସଲ କରି କ୍ଷମତା କୁ ଆସିବା ଏବଂ କ୍ଷମତାରେ ରହି ଅର୍ଥ ଉପାର୍ଜନ କରିବା ଏ ସରକାର ର ନୀତିରେ ପରିଣତ ହୋଇଛି । ଚାଷୀଙ୍କୁ ଆର୍ଥୀକ ସ୍ବାବଲମ୍ବୀ କରିବାର ସମସ୍ତ କୃଷି ନିର୍ଭର ଶିଳ୍ପ କୁ ଯଥା- ୮ଗୋଟି ଚିନିକଳ ୧୬ଗୋଟି ସୂତାକଳ( ଯାହା ଭିତରେ ସୋନପୁର ସୂତାକଳ ପ୍ରଧାନ) ଏବଂ ୧୪୦ ଟି ଶୀତଳ ଭଣ୍ଡାର ବନ୍ଦ ପକେଇ କେଉଁ କୃଷକ ବିକାଶର କଥା କହୁଛନ୍ତି ଏ ସରକାର ! ଏପରି ଏକ ସରକାରକୁ ବିଗତ ପାଞ୍ଚଟି ସାଧାରଣ ନିର୍ବାଚନରେ ଭୋଟଦେଇ କରିଥିବା ପାପର ପ୍ରୟଶ୍ଚିତ ପାଇଁ ଆଜିର ଏ ସତ୍ଯାଗ୍ରହ ବୋଲି ଉପସ୍ଥିତ ନେତାମାନେ ମତବ୍ୟକ୍ତ କରିଥିଲେ । ଆଜିର ଏହି ସତ୍ୟାଗ୍ରହ ରେ ଉପଦେଷ୍ଟା ରାଜେନ୍ଦ୍ର ପ୍ରସାଦ ମିଶ୍ର, ଜିଲ୍ଲା କୃଷକ ସଂଗଠନ ସଭାପତି ବୈକୁଣ୍ଠ ଶତପଥୀ, ଉଲୁଣ୍ଡା ବ୍ଲକ ସଭାପତି ସୁଧିର ବଘାର, ଚାଷୀ ନେତା ବ୍ରଜବିହାରୀ ବିଶି, ନିତିନ ପ୍ରଧାନ, ଶତୃଘ୍ନ ପ୍ରଧାନ, କୃଷ୍ଣ ଚନ୍ଦ୍ର ପଣ୍ଡା, ପ୍ରଦୀପ ପ୍ରଧାନ, ଜୈମିନି ନାଏକ, ମହାଦେବ ତରିଆ ପ୍ରମୁଖ ଉପସ୍ଥିତ ଥିଲେ 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.