ନୂଆପଡା ଜିଲ୍ଲାକୁ ମିଳିଲା ନୂଆ ଜିଲ୍ଲାପାଳ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରିଖିରାମ ଦଳ): ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତକାଲି ବିଳମ୍ବିତ ରାତିରେ ପ୍ରକାଶିତ ବଦଳି ନିର୍ଦ୍ଦେଶ ଅନୁସାରେ ୨୦୨୦ ବ୍ୟାଚର ଆଇଏଏସ ଅଫିସର ମଧୁସ୍ମିତାଙ୍କୁ ନୂଆପଡାର ନୂତନ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ସୂଚନା ଅନୁଯାୟୀ, ବର୍ତମାନର ଜିଲ୍ଲାପାଳ ମଧୁସୂଦନ ଦାସଙ୍କୁ ସେଠାରୁ ବଦଳି କରାଯାଇ ଭୁବନେଶ୍ବର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ (ଜିଏ, ପିଜି) ବିଭାଗର ଅତିରିକୁ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ନୂଆ ଜିଲ୍ଲାପାଳ ମଧୁସ୍ମିତା ଜଣେ ଦକ୍ଷ ଓ ଯୁବ ପ୍ରଶାସକ ଭାବେ ପରିଚିତ। ୨୦୨୦ ବ୍ୟାଚର ଏହି ଆଇଏଏସ ଅଫିସର ପୂର୍ବରୁ ବିଭିନ୍ନ ଜିଲ୍ଲାରେ ଉପଜିଲ୍ଲାପାଳ, ପିଡି ଡିଆରଡିଏ ଭାବେ କାର୍ଯ୍ୟ କରି ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି। ଜଣେ ମହିଳା ଜିଲ୍ଲାପାଳ ଭାବେ ନୂଆପଡା ଭଳି ଆକାଂକ୍ଷୀ ଜିଲ୍ଲାର ବିକାଶ ପାଇଁ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବେ ବୋଲି ଆଶା କରାଯାଉଛି। ନୂଆପଡା ଏକ ଆଦିବାସୀ ଅଧ୍ଯୁଷିତ ଜିଲ୍ଲା। ଏଠାରେ ଦାଦନ, ସ୍ବାସ୍ଥ୍ୟ, ଶିକ୍ଷା ଓ ସୀମା ବିବାଦ ଭଳି ଅନେକ ସମସ୍ୟା ରହିଛି। ନୂଆ ଜିଲ୍ଲାପାଳ ଆସିଲେ ଏହି ସମସ୍ୟାର ସମାଧାନ ହେବ ବୋଲି ଜିଲ୍ଲାବାସୀ ଆଶା ରଖୁଛନ୍ତି। ଅନ୍ୟପଟେ ବିଦାୟୀ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ କାର୍ଯ୍ୟକାଳ ବେଶ ଚର୍ଚ୍ଚିତ ଥିଲା। ତାଙ୍କ ସମୟରେ ଜିଲ୍ଲାରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ହୋଇଥିଲା। ତାଙ୍କୁ ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ଜିଏ ପିଜି ବିଭାଗରେ ଅତିରିକୁ ସଚିବ ଭାବେ ନିଯୁକ୍ତି ଦିଆଯିବା ଏକ ପଦୋନ୍ନତି ସଦୃଶ ବୋଲି କୁହାଯାଉଛି। ଖୁବ ଶୀଘ୍ର ନୂଆ ଜିଲ୍ଲାପାଳ ମଧୁସ୍ମିତା ନୂଆପଡାରେ ଯୋଗ ଦେବେ ବୋଲି ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.