ଓଡ଼ିଆ ବାର୍ତ୍ତା/ ଜୁନାଗଡ (ସ୍ବାସ୍ଥିଦୀପ ଆଦିତ୍ୟ): ଜୁନାଗଡ ବ୍ଲକ ଅନ୍ତର୍ଗତ ତେନ୍ତୁଳିଖଣ୍ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ଶିଶୁ କଳା ପ୍ରତିଯୋଗିତା ଏବଂ କଳା ଓ ହସ୍ତଶିଳ୍ପ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି କଳା ଫାଉଣ୍ଡେସନ ଭବାନୀପାଟଣା ତଥା ମହାବୀର ସାଂସ୍କୃତିକ ଅନୁଷ୍ଟନଙ୍କ ଦ୍ଵାରା ଆୟୋଜିତ ଶିଶୁ କଳା ପ୍ରତିଯୋଗିତାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀଯୁକ୍ତ ମୁକୁନ୍ଦ ରେଡ୍ଡୀ ମୁଖ୍ୟ ଅତିଥି ହିସାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଏହି ପ୍ରତିଯୋଗିତାରେ ୧୦୦ରୁ ଉର୍ଦ୍ଧ ପ୍ରତିଯୋଗୀ ଭାଗ ନେଇଥିଲେ। ଏହା ପରେ କଳା ଓ ହସ୍ତଶିଳ୍ପ କର୍ମଶାଳା ଶ୍ରୀ ରେଡ୍ଡୀଙ୍କ ତତ୍ବାବଧାନରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ହସ୍ତଶିଳ୍ପ କାମ ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ। ଏହି ହସ୍ତଶିଳ୍ପ କାର୍ଯ୍ୟକ୍ରମରେ ପରିବେଶରେ ସଂଗୃହିତ ବର୍ଯ୍ୟ ବସ୍ତୁକୁ ନେଇ ବିଭିନ୍ନ ଖେଳନା ତିଆରି କରା ଯାଇଥିଲା। ଶେଷରେ ଉଦ୍ଯାପନୀ ଉତ୍ସବରେ ସିଆର ସି ସି ଶ୍ରୀଯୁକ୍ତ ଶିତେଶ କୁମାର ପାଢ଼ୀ ମୁଖ୍ୟ ବାକ୍ତରୂପେ ଉପସ୍ଥିତ ହୋଇ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ଥିଲେ। ଉକ୍ତ ସଭାରେ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ମକରଧ୍ବଜ ରାଉତ ସଭାପତିତ୍ବ କରିଥିଲେ। ଉପରୋକ୍ତ କାର୍ଯ୍ୟକ୍ରମ ଗୁଡ଼ିକୁ ଶ୍ରୀ ସମରେନ୍ଦ୍ର ଶେଖର ଦାଶ, ଶ୍ରୀଯୁକ୍ତ ସତ୍ୟାନନ୍ଦ ଭୋଇ, ଶ୍ରୀମତୀ ମମତା ନାୟକ ପରିଚାଳନା କରିଥିଲେ, ଶେଷରେ ଶ୍ରୀମତୀ ପ୍ରିୟମ୍ବଦା ଜେନା ଧନ୍ୟବାଦ ଅର୍ପଣ କରିଥିଲେ।





