ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ରାୟଗଡ଼ା ସର୍କଲ ପକ୍ଷରୁ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ସ୍ମାରକପତ୍ର

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ାରେ TPSODL ବିଜନେସ୍ ଆସୋସିଏଟ୍ ବା ( B A )କର୍ମଚାରୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଅସନ୍ତୋଷ ତେଜିଛି। ସମସ୍ୟାର ସମାଧାନ ଦାବିରେ ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ରାୟଗଡ଼ା ସର୍କଲ ପକ୍ଷରୁ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ସ୍ମାରକପତ୍ର ଦିଆଯାଇଛି। ସର୍କଲ ସମ୍ପାଦକ ତ୍ରିଲୋଚନ ଦାସଙ୍କ ନେତୃତ୍ୱରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି। ନୂଆ ଏଜେନ୍ସି ଆସିଲେ ମଧ୍ୟ ପୂର୍ବରୁ କାର୍ଯ୍ୟରତ କର୍ମଚାରୀଙ୍କୁ ବିନା ସର୍ତ୍ତରେ ବଜାୟ ରଖିବା ସହ ୯ ଦଫା ଦାବି ପୂରଣ ପାଇଁ ସଂଘ ଦାବି କରିଛି। ଦାବି ମଧ୍ୟରେ ଗ୍ରାମାଞ୍ଚଳରେ ୩,୫୦୦ ଓ ସହରାଞ୍ଚଳରେ ୩,୦୦୦ ଟଙ୍କା ଫୁଏଲ୍ ଭତ୍ତା, ମାସର ୧ରୁ ୭ ତାରିଖ ମଧ୍ୟରେ ବେତନ, ୮ ଘଣ୍ଟାରୁ ଅଧିକ କାମ ପାଇଁ ଓଭରଟାଇମ୍, ଦକ୍ଷତା ପ୍ରକାରେ ପଦୋନ୍ନତି, PPE କିଟ୍, ଗ୍ରାଚ୍ୟୁଟି ଓ ଟେକ୍ନିକାଲ ଭତ୍ତା ରହିଛି। ଆଗାମୀ ୧୪ ଦିନ ମଧ୍ୟରେ ଦାବି ପୂରଣ ନହେଲେ ରାୟଗଡ଼ା ସର୍କଲ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ସହ ଧାରଣା ଦିଆଯିବ ବୋଲି ମହାସଂଘ ଚେତାବନୀ ଦେଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.